Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gunanidhi Samal

Tragedy

3  

Gunanidhi Samal

Tragedy

ଶେଷ ଇଚ୍ଛା

ଶେଷ ଇଚ୍ଛା

1 min
40


ମୁଁ" ଏବେ ତ ଛୋଟପିଲା ନୁହେଁ

ମୋତେ ତୁମେ ଦେବାକୁ ଭୁଲାଇ

ଯଦି କେବେ ଅଝଟ ହୋଇଲି

ରାଗି ଯାଇ ଉପାସ ରହିିିଲି

ହେଇ ଦେଖ ଜହ୍ନମାମୁଁ କହି

ଖୋଇଦେବ ବଳାଇ ବଳାଇ ।

ମୋତେ ଆଉ ବାନ୍ଧି ପାରିବନିି

ତୁମର ସେ ମଉଳା ଯୌବନ

ଯାହା ଦିିିନେ ଦେଇଥିଲ ଯାଚି

ଓଠ ପରେ ଓଠ ଥାପି ଦେଇ

ଆଖି ପରେ ରଖିଥିଲ ଆଖି

ଜହ୍ନରାତି ଥିଲା ପରା ସାକ୍ଷୀ ।

ମୁଁ"ଆଉ ଫେରିବିନିି କେବେ

ପୋଛିବାକୁ ଓଦା ହାତ ମୋର

ତୁମର ସେ ପିନ୍ଧିଲା ପଣତେ

ଅମାନିଆ ହସ ହସ ମୁଖେ

ପାରୁଛ ତ ଦିିଅ ହେ ଶୁଆଇ

ଶେଷ ଥର ମଥା ସାଉଁଁଳାଇ ।



Rate this content
Log in

Similar oriya poem from Tragedy