STORYMIRROR

Surjyakanta Dash

Romance Tragedy

3  

Surjyakanta Dash

Romance Tragedy

ଶେଷ ହାତ ଲେଖା ଚିଠି

ଶେଷ ହାତ ଲେଖା ଚିଠି

1 min
14


ଆଜି ମୁଁ ହୃଦୟ ଖୋଲି ପଚାରେ ତୁମକୁ

ଏହି ଶେଷ ପତ୍ର ମାଧ୍ୟମରେ

କହିଥିବା, ଅବା ବିଶ୍ୱାସ ଜନ୍ମାଇଥିବା

ପ୍ରଣୟ ମାଧ୍ୟମରେ ଅବା ଅତି ଗୋପନୀୟତାରେ

ସତରେ ମୁଁ ଆଜି ବେପଥୁ ବାଉଳା

ଖାଲି ତୁମ ପାଇଁ

ଜାଣେନି ମୁଁ ? ତୁମେ କେବେ ଫେରିବ କି ନାହିଁ

ଖାଲି ରହିଛି ମୁଁ ଚାହିଁ

ଜୀବନର ଶେଷ ରାସ୍ତା ଦେଖି ନେବା ପାଇଁ

ସତେକି ମୋର ବୃଦ୍ଧ ବୟସର ଆଖି

ଖୋଜୁଛି ତୁମକୁ ଚାହିଁ

କାହିଁ ତୁମେ ପ୍ରିୟା

ଲୁଚିଛ ପୂର୍ଣ୍ଣିମାର ପୂର୍ଣ୍ଣ ଚନ୍ଦ୍ରମାରେ

ଅବା ଅମାବାସ୍ୟା ରାତ୍ରିର ଦିଗବଳୟରେ

ଫେରିଆସ ଅଭିମାନ ତ୍ୟାଗ କରି

ମୋର ପାହାନ୍ତି ସ୍ୱପ୍ନରେ

ତୁମକୁ ଖୋଜି ଖୋଜି ଆଙ୍କୁଛି ମୁଁ

ଅଙ୍କା ବଙ୍କା ଛବି

ସ୍ମୃତିର କାନଭାସ୍ ଉପରେ

ଯେପରି ଚାନ୍ଦିନିକୁ ଖୋଜେ ଚାନ୍ଦ ଉହାଡରେ

ଆଉ ପୁଣି ମରୁଭୂମି ମରୁ ବାଲିରେ

ଅବା ପୁଣି ବଗିଚାର ଘାସ ଗାଲିଚାରେ

ନ ପାଇ ତୁମକୁ ତଥାପି ଖୋଜୁଛି

ଆଖିରୁ ଝରୁଥିବା ଲୁହର ବନ୍ୟାରେ

ତୁମେ ବୁଝିବ କି ନାହିଁ

ମୋର ଶେଷ ପ୍ରେମ ଚିଠି

ଜାଣେନି ତୁମେ ଫେରିବ କି ? ପୁଣି

ଜୀବନର ଶେଷ ପାହାନ୍ତାରେ

ଲୁହ ହୋଇ ଝରିଯିବ ପୁଣି ଥରେ

ଅଭୁଲା ସ୍ମୃତି ପ୍ରଣୟରେ

ଅବଶ ଶରୀରରେ ଭିଜା ଭିଜା ଆଖି

ପଞ୍ଜରାରୁ ଉଡି ଯିବା ପ୍ରାଣ

ତୁମକୁ ଖୋଜି ଖୋଜି

ନିର୍ଜୀବ ଶରୀର ପୁଣି ପଡ଼ିଯିବ ଥକି

ଖୋଜୁଥିବ ଅଗ୍ନିର ପରଶ

ଲୀନ ହେବା ପାଇଁ ଦୁରଦିଗବଳୟରେ

ଜାଣେ ପୁଣି ଫେରିବ ଜୀବନ ସୂର୍ଯ୍ୟାସ୍ତରେ

ଲୋଟି ଯିବ ପୁଣି ଅମୋଘ ମାୟାରେ

ଶେଷ ପ୍ରୀତି ସାଉଁଟୁଥିବ

ମୋର ଶେଷ ହାତ ଲେଖା ଚିଠିରେ

ଭିଜେଇ ଭିଜେଇ ଟୋପା ଟୋପା ଲୁହରେ ।


     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance