STORYMIRROR

Manaswini Dash

Tragedy

2  

Manaswini Dash

Tragedy

ଶେଷ ଚିଠି

ଶେଷ ଚିଠି

1 min
15

ପ୍ରିୟ ନିଗମ, 

ବାସ୍ତବ ଦେଖା ସିନା ଜାହିର କରେ ପ୍ରେମଭରା ଶବ୍ଦମାଳା 

ତୁମ ସ୍ଥିତି ନାହିଁ ଆଜି ଶୂନ୍ୟ ପଡିଛି ମୋ ହୃଦୟର ବେଳା 

ତୁମେତ ସାଜିଛ ଅତୀତ ମୋ ପାଇଁ ଝୁରେ ନୀତି ତୁମ ପାଇଁ 

ରୁକ୍ଷ ସାହାରାରେ ସହାନୁଭୂତିର ଛିଟା ଲେପିବାକୁ କେହି ନାହିଁ 

ଦିନେ କହୁଥିଲ ମୁଁ ତୁମ ପାଇଁ ତୁମ ସ୍ପନ୍ଦନର ରାହା 

ମାତ୍ର ; ଆଜି ଶୂନ୍ୟ ମିଶିଛି ଜୀବନର ଶେଷ ସାହା 

ଛଳନାର ନୀଡ ତୋଳିଥିଲ ତୁମେ ତୁମ ମିଛ ଶବ୍ଦ ତରଙ୍ଗ ଦେଇ 

ଅନୁଭବ କରୁଥିଲି ରୋମଞ୍ଚର ମୂର୍ଚ୍ଛନା ମୋ ହୃଦୟର ସମର୍ପଣ ପାଇଁ 

ସବୁତ ସହିଛି ପ୍ରସ୍ତର ହୃଦୟ ମୋର ଭାଙ୍ଗି ନାହିଁ ତୁମ ନୀରବତା 

ତୁମେ ନାହଁ ସତ ବଞ୍ଚିଛି ତୁମ ପ୍ରହେଳିକାଭରା ସ୍ମୃତିର ଜୀବନ୍ତ ସତ୍ତା 

ବଂଚିଥିଲି ଦିନେ ତୁମ ଆଶ୍ୱାସନା ପାଇଁ ହୃଦୟେ ତୋଳି ମିଛ ସ୍ୱପ୍ନର ଘର 

ଆଜିବି ଶୁଭୁଛି ଚାରିଆଡେ ତୁମ ଭାବପ୍ରବଣତାଭରା ସ୍ୱର 

ଯଦି ମରିଯାଏ ତଥାପି ନିଶ୍ୱାସ ଖୋଜୁଥିବ ତୁମରି ମିଠା କଥା

ମସାଣିରେ ଥାଇ କାଳେ ତୁମ ସ୍ପର୍ଶ ପାଇ ଅପସରିଯିବ ସବୁ ବ୍ୟଥା । 

ଇତି, 

ତୁମର ସମାପ୍ତି 


Rate this content
Log in

Similar oriya poem from Tragedy