STORYMIRROR

Nihar Ranjan Acharya

Tragedy

3  

Nihar Ranjan Acharya

Tragedy

ଶେଫାଳି

ଶେଫାଳି

1 min
173

ସେଫାଳି ଗୋ ତୁମେ 

କେମିତି ସାଜିବ 

ଦେବତା ପୟରେ, 

ଭ୍ରମର ସାଜି ମୁଁ 

ତୁମ ଖୋଲା ପାଖୁଡାକୁ 

ଥର ଥର କରି 

ଚୁମି ଗଲା ପରେ। 

ତୁମେ ହସିପାର

ତୁମ ଦେବତାର ମନକୁ 

ତୁମ ଯୌବନର ସୁଗନ୍ଧ ଭରା 

ବାସ୍ନାରେ ମୋହି ପାର

ଅଗଣିତ ଭକ୍ତ ମାନଙ୍କୁ 

ତୁମ ସୌନ୍ଦର୍ଯ୍ୟର ମାଦକତାରେ 

ମୁଗ୍ଧ କରିପାର

ହେଲେ ତୁମେ ଯେ 

କେତେ ଅବିଚାର କର

ମୋ' ପ୍ରତି

କେତେ ଧୋକା ଦିଅ

ମୋ' ନିର୍ବୋଧ ପଣିଆକୁ, 

ମୋ' ସରଳ ବିଶ୍ୱାସକୁ, 

ମୋ' ଅବୁଝା ମନକୁ, 

ମୋ' ବିତି ଯାଇଥିବା ଦିନକୁ, 

କେତେ କଷ୍ଟ ଦିଅ

ମୋର ଟିକି ଟିକି 

କ୍ରାନ୍ତ କ୍ଷତାକ୍ତ ଡେଣାକୁ, 

ଏ କଥା କେବେ ଥରେ 

ତୁମେ ବୁଝିପାର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy