STORYMIRROR

Soumya Shubhadarshinee

Fantasy

3  

Soumya Shubhadarshinee

Fantasy

ଶବ୍ଦଧାର

ଶବ୍ଦଧାର

1 min
221

 ଏମିତି ମୁହୂର୍ତ୍ତ ସବୁ ବନ୍ଧା ପଡେ 

 ନିସର୍ତ୍ତ ରେ ତୋ ହାତରେ ନିତି 

 ମୋ ଡାଏରୀର ପୃଷ୍ଠାରେ ଫୁଟେ

  ଅଗଣିତ ଫୁଲ ତୋ ପାଇଁ ଏମିତି


 ମଧୁଛନ୍ଦା ବର୍ଷାଋତୁ ମତୁଆଲା କରେ

 ମୋ ମନର କନ୍ ଭାସ୍ ରେ ଚିତ୍ର ଭରେ

  ଅନାବନା କବିତାର ଧାର ଉଛୁଳି ପଡେ 

  ସତେକି ମୋତେ ନିଘୋଡ଼ ନିଶା ଘାରେ


ଏମିତିବି ହୁଏ ବେଳ ଅବେଳେ ଯେବେ

 କଥା ତକ ଓଠ ସୀମା ଡେଇଁବାକୁ ଡ଼ରେ

 ସେବେ ତୁ କାଗଜ ଦେହରେ ଉତୁରି ଆସୁ 

 ଆଉ ମୋ ମନ ମନ୍ଦିରେ ସ୍ୱପ୍ନରଙ୍ଗ ଧରେ 


କେବେ ପୁଣି ବାକି ଥାଏ ହିସାବ କିଛି

ଜୀବନ ଯନ୍ତ୍ରଣା ର ନିଝୁମ ବେଳାର ସ୍ମୃତି

  ଶବ୍ଦ ତକ ଅଭାବ ପଡନ୍ତି ସେଇ ସମୟେ

  ନିଦ୍ରାହୀନ ହୁଅନ୍ତି ସବୁ ନିରବିତ ରାତି 


 ସେଇ ସବୁ ଖାସ ଅନୁଭବ ସାଇତି ନିଏ 

 ମୋ ହାତରେ ଶୋଭିତ ସେଇ ମସି 

  ଜାଣିନି କେବେଠୁ ତା' ସହ ଭାବର ବନ୍ଧନ

  ଯୋଡ଼ିଛି ମଣିଷ ଟେ ଏମିତି ହସି ହସି 


କଲମ ଗାରରେ ଏମିତି ବଦଳିଛି 

ସ୍ୱରୂପ କେତେ ଦିନ, ମାସ ,ବର୍ଷ ର 

 କେବେ କଲମ ଗୋଟେ ଆହତ ଅନ୍ତସ୍ୱର

 ପୁଣି କେବେ ସାଜିପରେ ଶଶକ୍ତ ଶବ୍ଦଧାର


 

  

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy