ଶବ୍ଦଧାର
ଶବ୍ଦଧାର
ଏମିତି ମୁହୂର୍ତ୍ତ ସବୁ ବନ୍ଧା ପଡେ
ନିସର୍ତ୍ତ ରେ ତୋ ହାତରେ ନିତି
ମୋ ଡାଏରୀର ପୃଷ୍ଠାରେ ଫୁଟେ
ଅଗଣିତ ଫୁଲ ତୋ ପାଇଁ ଏମିତି
ମଧୁଛନ୍ଦା ବର୍ଷାଋତୁ ମତୁଆଲା କରେ
ମୋ ମନର କନ୍ ଭାସ୍ ରେ ଚିତ୍ର ଭରେ
ଅନାବନା କବିତାର ଧାର ଉଛୁଳି ପଡେ
ସତେକି ମୋତେ ନିଘୋଡ଼ ନିଶା ଘାରେ
ଏମିତିବି ହୁଏ ବେଳ ଅବେଳେ ଯେବେ
କଥା ତକ ଓଠ ସୀମା ଡେଇଁବାକୁ ଡ଼ରେ
ସେବେ ତୁ କାଗଜ ଦେହରେ ଉତୁରି ଆସୁ
ଆଉ ମୋ ମନ ମନ୍ଦିରେ ସ୍ୱପ୍ନରଙ୍ଗ ଧରେ
କେବେ ପୁଣି ବାକି ଥାଏ ହିସାବ କିଛି
ଜୀବନ ଯନ୍ତ୍ରଣା ର ନିଝୁମ ବେଳାର ସ୍ମୃତି
ଶବ୍ଦ ତକ ଅଭାବ ପଡନ୍ତି ସେଇ ସମୟେ
ନିଦ୍ରାହୀନ ହୁଅନ୍ତି ସବୁ ନିରବିତ ରାତି
ସେଇ ସବୁ ଖାସ ଅନୁଭବ ସାଇତି ନିଏ
ମୋ ହାତରେ ଶୋଭିତ ସେଇ ମସି
ଜାଣିନି କେବେଠୁ ତା' ସହ ଭାବର ବନ୍ଧନ
ଯୋଡ଼ିଛି ମଣିଷ ଟେ ଏମିତି ହସି ହସି
କଲମ ଗାରରେ ଏମିତି ବଦଳିଛି
ସ୍ୱରୂପ କେତେ ଦିନ, ମାସ ,ବର୍ଷ ର
କେବେ କଲମ ଗୋଟେ ଆହତ ଅନ୍ତସ୍ୱର
ପୁଣି କେବେ ସାଜିପରେ ଶଶକ୍ତ ଶବ୍ଦଧାର