STORYMIRROR

rasmi maye pati

Romance

3  

rasmi maye pati

Romance

ଶବ୍ଦ ଟିଏ ମାତ୍ର

ଶବ୍ଦ ଟିଏ ମାତ୍ର

1 min
30


ଦ୍ୱାରସ୍ଥ ଭିକ୍ଷୁକ ଭିକ୍ଷା କଲା ଦିନେ

 ମୋ ଆଗରେ ଏକ ଶବ୍ଦଟିଏ

ଶବ୍ଦର ଉତ୍ତର ଦେଇଥିଲି ତାକୁ

 ମଉନେ ସମ୍ମତି ନୀରବଟିଏ


ବୁଝା ଅବୁଝାର ଫେଣ୍ଟା ଫେଣ୍ଟି ଦ୍ଵନ୍ଦ୍ୱ

 ବାହୁଡେ ଭିକ୍ଷୁକ ହୃଦେ ସେ ଶବ୍ଦ

ଶବ୍ଦରେ ଶବ୍ଦ ମାରିଥିଲି ତୀର 

  ବାଜିଥିଲା ଯାଇ ଭିକ୍ଷୁକ ବକ୍ଷ 


ଖୁସିରେ ଭିକ୍ଷୁକ ପାଗଳ ହୋଇଲା 

 ଶବ୍ଦ ବରଷିଲା ହୃଦ ମନ୍ଦିରେ

ପଡ଼ିଗଲି ବନ୍ଧା ସେ ଶବ୍ଦ ଆଗରେ 

 ଛନ୍ଦି ହୋଇଗଲି ଭିକ୍ଷା ଥାଳିରେ 


ଯିଏ ନ ପଡ଼ିଛି ସେ ଶବ୍ଦ ଫାଶରେ

 ରଙ୍ଗ ରସ ହୀନ ତାର ଜୀବନ

କିଏ ସେ ଜାଣିଛି ସେ ଶବ୍ଦର ନାମ

 ସେ ଶାଶ୍ଵତ ଓ ସେ ଚିରନ୍ତନ 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance