STORYMIRROR

Sunita Barik

Abstract Fantasy

3  

Sunita Barik

Abstract Fantasy

ଶବ୍ଦ ର ଖେଳ

ଶବ୍ଦ ର ଖେଳ

1 min
467


ରାତ୍ରୀ ର ନିର୍ଜ୍ଜନତା ରେ

ଶବ୍ଦ ମାନଙ୍କର କୋଳାହଳ ଖୁବ୍ ଅଧିକ

କାହିଁକି ନା ସେମାନଙ୍କୁ ବି ଲୋଡା

କିଛି ମୁହୂର୍ତ୍ତ ର ନିରବତା

ଅସ୍ଥିର ମନ ଭାରାକ୍ରାନ୍ତ ଦେହକୁ

ସାଥିରେ ଧରି ବାଟ ଚାଲିବା ଯେମିତି କଷ୍ଟସାଧ୍ୟ

ଠିକ୍ ସେମିତି ଦିବାଲୋକର ଗହଳିରେ

ଶବ୍ଦ ସବୁ ଉତୁରିବା ଭାରି କଷ୍ଟକର

ସେଥିପାଇଁ ବୋଧେ ଶବ୍ଦ ମାନେ

ସନ୍ଧି କରିନେଇଛନ୍ତି ରାତ୍ରୀ ର 

ନିରବତା ଓ ନିର୍ଜ୍ଜନତା ସହ

ସେ ସମୟଟା ବି ବେଶ୍ ଉପଯୋଗୀ

ନାଁ ଥାଏ ଚିନ୍ତା ନା ଅବଶୋଷ

ଥାଏ ତ କେବଳ ନୀରବ ଶବ୍ଦ ମାନଙ୍କର ଗହଳି

ଆଉ ପରସ୍ପର ସହ ଛନ୍ଦି ହୋଇଯିଵାର ଆକୁଳତା

ବିନା ପରିଶ୍ରମରେ ସେମାନେ ସଜେଇ

ହୋଇ ବସି ଯାଆନ୍ତି କୁନି ପିଲା ଟିଏ ପରି

ସରଳ,କୋମଳ, ମଧୁର ଆଳାପରେ

ସେମାନେ ଗଢନ୍ତି ସୁନ୍ଦର କବିତାର ମହଲ

ବିନା ପ୍ରତିଦ୍ବନ୍ଦିତାରେ ସେମାନେ

ଜିତି ପାରନ୍ତି ଲେଖନୀର ମୂନକୁ

ହାରିବାର ତିଳେ ମାତ୍ର ଦୁଃଖ ନ ଥାଏ

ସେମାନଙ୍କ ପାଖରେ

କାରଣ ସେମାନଙ୍କୁ ବେଶ୍ ଜଣା

ବିନା ପ୍ରତିବାଦରେ ସେମାନେ ହିଁ ଗଢିପାରନ୍ତି

କବି ଓ କବିତାର ସୁନ୍ଦର ସଂପର୍କକୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract