STORYMIRROR

Panchanan Jena

Tragedy

4  

Panchanan Jena

Tragedy

ଶବ୍ଦ ଝଙ୍କାର

ଶବ୍ଦ ଝଙ୍କାର

1 min
1

କବିତା - ଶବ୍ଦ ଝଙ୍କାର
ରଚନା - ପଞ୍ଚାନନ ଜେନା
ତାରିଖ -୧୬-୦୨-୨୦୨୬
 ++++++++++++++++++
 ଶବ୍ଦରେ ଛନ୍ଦରେ କ'ଣ ସବୁ କହି ହୁଏ?
ପଦରେ ବାକ୍ୟରେ କ'ଣ ସବୁ ଗପି ହୁଏ?
କଥାରେ ବାର୍ତ୍ତାରେ କ'ଣ ସବୁ ବୁଝେଇ ହୁଏ?
ମ୍ୟାସେଜରେ ଫୋନରେ କ'ଣ ସବୁ ଉଗାଳି ହୁଏ?

 କେବେ ନୀରବତାର ଅବଲମ୍ବନ
କେବେ ମୌନୀ ସମ୍ମୋହନ
 କେବେ ଇଙ୍ଗୀତର ଆବାହନ
କେବେ ନିରୁତ୍ତର ଶିଳାଲେଖନ
ବହୁତ ବନ୍ଦ ତାଲା ଖୋଲି ପକାଏ ଛାଏଁ ଛାଏଁ

 ଶବ୍ଦରେ ବିଶ୍ୱାସ ରହିଛି ଭରି
ଶବ୍ଦ ବିନ୍ୟାସରେ ନିଃଶ୍ୱାସ ବସିଛି ପୁରି
ଶବ୍ଦାର୍ଥରେ ଆସ୍ଥା ଆଶ୍ୱାସ ଦିଶିଯାଏ ଆବୋରି
ବେଳେ ବେଳେ ଶବ୍ଦ ଛୁରୀ ଭୁଷିଯାଏ
ବେଳେ ବେଳେ ଶବ୍ଦ ଲୁହ ଲହୁ ବୁଝାଏ
 ବୁଝିବା ପୂର୍ବରୁ ବହୁତ କିଛି ବୁଝେଇ ଦିଏ ଆପଣାଛାଏଁ

 ଶବ୍ଦ ସ୍ଫୁରଣ ହିଁ ଆଚାର ବ୍ୟବହାରରୁ ସୃଷ୍ଟି
ଶବ୍ଦ ଭରଣ ହିଁ ସଂସ୍କାର ପରିବାରରୁ ବୃଷ୍ଟି
 ଶବ୍ଦ କଥନ ହିଁ ମନନ ପଠନ ପାଠନରୁ ଦୃଷ୍ଟି
ଭାଷଣ ଠାରୁ ମୌନି କଥନ ହିଁ ସମ୍ୟକ ପୁଷ୍ଟି
ଅଙ୍ଗେ ଅନୁଭବ କରିଲେ ବୁଝିହୁଏ ମନକୁ ପାଏ

 ଅ ରୁ କ୍ଷ ଯାଏଁ ଯେଉଁ ଶବ୍ଦ ଗଠିତ ହୁଏ
ଆରମ୍ଭରୁ ଶେଷ ସମୟ ଯାଏଁ ପହଁରୁ ଥାଏ
 ଦିଗରୁ ଦିଗନ୍ତ ଯାଏଁ ବ୍ୟାପିଥାଏ
ଯୁଗରୁ ଯୁଗାନ୍ତ ଯାଏଁ ଧାଉଁଥାଏ
 ଜନ୍ମରୁ ମରଣ ଯାଏଁ ବହୁଥାଏ
ନିରନ୍ତର ଧାରା ପ୍ରବାହ ପରି କହୁଥାଏ
ବ୍ୟକ୍ତ ଅବ୍ୟକ୍ତ ବ୍ୟଥା ବେଦନାକୁ ଶବ୍ଦ ଝଙ୍କାର
 କେବେ ଲାଘବ କେବେ ରାଘବ ପନ୍ଥି ବନାଏ ।


Rate this content
Log in

Similar oriya poem from Tragedy