STORYMIRROR

SARATA KUMAR DAS

Tragedy

3  

SARATA KUMAR DAS

Tragedy

ଶବ

ଶବ

1 min
2.2K



ଶବଟିଏ ଦେଖିଲି

ଥୁରୁ ଥୁରୁ ସକାଳର

ଧୂଆଁଳିଆ ଆବରଣରେ

ହସୁଥିଲା ଖିଲି ଖିଲି

ମୁକ୍ତି ର ମାଶାଲ ଧରି

ସବୁ ମାୟା-ମୋହ-ଜରା-ବ୍ୟାଧି

ଅବା ପାର୍ଥିବ ଜଂଜାଳର

ନିଷ୍ଠୁର ନାଗଫାଶରୁ ମୁକ୍ତି ସେ

ଛୁଉଁଥିଲା ତନୁ ତା'ର

ମାଟିରୁ ଆକାଶ

ଝର ଝର ଝରୁଥିଲା

ଅମୃତର ମନ୍ଦାକିନୀ

ନିରୁକ୍ତ ପ୍ରେମର

ମଧୁମୟ ମଧୁର ଲଗ୍ନରେ।


ଚାରୋଟି କାନ୍ଧ

ଛଅଖଣ୍ଡ ବାଉଁଶ ର

ପବିତ୍ର ବେଦୀରେ

ସୁସଜ୍ଜିତ ଫୁଲର ସମ୍ଭାର

ଧଳାଲୁଗାର ଆବରଣ

ଦିକି ଦିକି ଜଳୁଥିଲା ଧୂପକାଠି

'ରାମ୍ ନାମ୍ ସତ୍ୟ ହେ........

ହରି ନାମ୍ ସତ୍ୟ ହେ ......'

ଉଦ୍ଘୋଷିତ ଚତୁଃର୍ଦିଗ

ଆଖି ଲୁହ ମାଟିକୁ ଛୁଉଁ ଥିଲା

କିଛି ଆତ୍ମୀୟ ସ୍ବଜନ ଓ ବନ୍ଧୁବର୍ଗଙ୍କର ।


କିଛି ନେଇ ଯାଉ ନଥିଲା ବୋଲି ତ

ଗର୍ବରେ ଛାତିଟା ତା' ଫୁଲି ଉଠୁଥିଲା

ଛାଡି ଦେଇ ଯାଉଥିଲା

କେଉଁ ଏକ ଅଜଣା ରାଜ୍ୟ କୁ

ଯାହା ସାଇତି ରଖିଥିଲା

ମୋର ବୋଲି କହି

ଯେତେ ଧନ, ରତ୍ନ ,ରାଗ, ହିଂସା

ଅବା ଅମଣିଷ ପଣିଆର

ଯେତେ ଖୁନ୍ଦାଖୁନ୍ଦି ଇର୍ଷା କପଟତା,

ଗର୍ବ ଅହଙ୍କାରର ର

ଯେତେ ମଖମଲି ଅଟ୍ଟାଳିକା ।


ସାନ୍ତର୍ପଣରେ ଛିଡା ହୋଇଥିଲି ମୁଁ

କିଛି ଦୂରେ ଏକା ଏକା

ଥରୁଥିଲା ଛାତି ମୋର

କେଉଁ ଏକ ଅଜଣା ଭୟରେ

ପୋଷ ପୋଷ ରକ୍ତ ନିଗିଡି ପଡୁଥିଲା

ମୋ ଅବରୁଦ୍ଧ ହୃଦୟରୁ

କ୍ଷତାକ୍ତ ହେଉଥିଲି,ଯନ୍ତ୍ରଣାକ୍ତ ହେଉଥିଲି

ବାରମ୍ବାର

କିଛି ଅସମାହିତ ପ୍ରଶ୍ନ ବାଣରେ,

ମନେ ମନେ ହସୁଥିଲି

କେତେ ଅହଙ୍କାରୀ,ସ୍ବାର୍ଥନ୍ବେଷୀ

ନିର୍ବୋଧ ମଣିଷଟିଏ ମୁଁ

ନିଜ ଶବ ବୋହି ମୁଁ ଚାଲିଛି

ପ୍ରତି ମୁହୂର୍ତ୍ତ ରେ

ଅବଶ୍ୟ ,ନିଜ ଅଜାଣତରେ

କିଛି ଦୃଶ୍ୟ ଓ କିଛି ଅଦୃଶ୍ୟ ର

ଛାଇ ଆଲୁଅ ଖେଳରେ ।।


ଶରତ କୁମାର ଦାସ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy