STORYMIRROR

Lata Behera

Abstract

4  

Lata Behera

Abstract

ଶାମ୍ବ ଦଶମୀ

ଶାମ୍ବ ଦଶମୀ

1 min
7


ପୌଷମାସ ଶୁକ୍ଳ ଦଶମୀ ତିଥିରେ 

    ଶାମ୍ବ ଦଶମୀଟି ହୁଏ

ଶାମ୍ବ ଦଶମୀରେ ସୂର୍ଯ୍ୟ ଦେବଙ୍କର 

   ପୂଜା କରା ଯାଇଥାଏ  ।


ଅଭିଶାପ ବଳେ ଶାମ୍ବଙ୍କ ଶରୀରେ

   ଧବଳ କୁଷ୍ଠଟି ହୁଏ

କୋଣାର୍କର ଚନ୍ଦ୍ରଭାଗା ତୀରେ ସୂର୍ଯ୍ୟ 

   ଦେବଙ୍କୁ ପୂଜିଲେ ସିଏ ।


ସୂର୍ଯ୍ୟ ଦେବଙ୍କର ଆଶୀର୍ବାଦ କୃପେ

   ଆରୋଗ୍ଯ ଶରୀର ହୁଏ 

କୃଷ୍ଣଙ୍କର ପୁତ୍ର ଶାମ୍ବ ପୂଜା କରି 

   କୁଷ୍ଠରୁ ଯେ ମୁକ୍ତି ପାଏ ।


ଏବେ ସେଇ ପୂଜା ପରମ୍ପରା ପ୍ରଥା

   ଅର୍କକ୍ଷେତ୍ରେ ହେଉଥାଏ

ରୋଗରୁ ଆରୋଗ୍ଯ ପାଇଁ ଭକ୍ତ ଭକ୍ତି 

   ବିଶ୍ବାସରେ ପୂଜେ ସିଏ ।


ଏବେ ସେଇ ଶାମ୍ବ ଦଶମୀ ପୂଜାଟି

   ଘରେ ଘରେ ହେଉଥାଏ

ସନ୍ତାନ ମଙ୍ଗଳ ଶରୀର ଆରୋଗ୍ଯ

    ପାଇଁ ପୂଜା କରା ଯାଏ । 


ସନ୍ତାନ ସୁରକ୍ଷା ପାଇଁ ମାଆ ତାର

   ବ୍ରତଟିକୁ ପାଳିଥାଏ

ପୂଜା ସରିଗଲେ ସୂର୍ଯ୍ୟ ଅସ୍ତ ହେଲେ

    ବିସର୍ଜନ କରେ ସିଏ ।


ରୋଗରୁ ଆରୋଗ୍ଯ ହେବା ପାଇଁ 

   ଶାମ୍ବ ଦଶମୀଟି କରା ଯାଏ

ପୂଜା ରୀତି ନୀତି ଏ ଶାମ୍ବ ଦଶମୀ

    ମନ ହୃଦୟରେ ଥାଏ ।


ଶ୍ରଦ୍ଧା ଭକତିରେ ବିଶ୍ୱାସ ରଖି ଯେ

   ଏଇ ବ୍ରତ ପାଳିଥାଏ

ସୂର୍ଯ୍ୟ ନାରାୟଣ କୃପା ଆଶିଷରେ

   ଉଜ୍ଜଳ ଶରୀୀର ପାଏ ।


ଏ ଶାମ୍ବ ଦଶମୀ ସୂର୍ଯ୍ୟ ପୂଜା ପାଇଁ 

     ପ୍ରତିଷ୍ଠିତ ହେଇଥାଏ

ଦ୍ବାପର ଯୁଗରୁ ଶାମ୍ବ ଦଶମୀକୋ

   ପାଳନ ଯେ କରାଯାଏ ।।


Rate this content
Log in

Similar oriya poem from Abstract