ସେନେହ ବନ୍ଧନେ
ସେନେହ ବନ୍ଧନେ
କୁନି ପୁଅଟିକୁ କୋଲେଇ ଧରିଣ
ମାଆ କରୁଥାନ୍ତି ଗେଲ,
ଭଲ ପିଲାଟିର ପାଠ ଦେଖି ଆଜ୍ଞା
କହନ୍ତି ଛୁଆଟି ଭଲ ।
ଚନ୍ଦ୍ର ସୁରୁଜ ଆକାଶ ଧରିଛି
ମେଘ ଧରିଅଛି ପାଣି,
ପୃଥିବୀ ଧରିଛି ସବୁ ଜିନିଷକୁ
କାହାକୁ ହୀନ ନ ମଣି ।
ଫୁଲ ଫଳ ଧରି ହସୁଅଛି ଗଛ
ଫୁଲେଇ ହେଉଛି ସେହି,
ଶିରି ମନ୍ଦିର ତ କାଳିଆ ଧରିଛି
ଜଗତ ଉଦ୍ଧାର ପାଇଁ ।
ଘରକୁ ଧରିଛି ମୂଳଦୁଆ ତାର
ପାଣିରୁ ବିଜୁଳି ବତି,
ସେନେହ ବନ୍ଧନେ ବାନ୍ଧି ଦେଲେ ଥରେ
ବଢ଼ିଯାଏ ଭାବ ପ୍ରତି ।
