ବିଦ୍ୟାର୍ଥୀ
ବିଦ୍ୟାର୍ଥୀ
ବିଦ୍ୟାର୍ଥୀ ସମୟ ସାଧନାର ବେଳ
ସଭିଙ୍କ ଜୀବନ ପାଇଁ,
ବାଲ୍ୟ ବୟସରୁ ବିଦ୍ୟାର ଗ୍ରହଣ
ସବୁଠୁଁ ଶ୍ରେଷ୍ଠ ଅଟଇ l
ପୁରାତନ ଯୁଗେ ବିଦ୍ୟାର୍ଥୀ ମାନେ
ଶିକ୍ଷାକୁ ଲଭିବା ପାଇଁ,
ଗୁରୁକୁଳେ ଯାଇଁଶିକ୍ଷା ପାଉଥିଲେ
ଆଶ୍ରମେ ଗୁରୁଙ୍କ ରହି l
ଯୁଗ ବଦଳିଛି ଛାତ୍ର ମାନେ ଏବେ
ସ୍କୂଲଓ କଲେଜ ଯାଇଁ,
ଶିକ୍ଷା ଲାଭ କରୁଅଛନ୍ତି ସେଠାରେ
ଶିକ୍ଷକ ଥାନ୍ତି ପଢାଇ l
ବିଦ୍ୟାର୍ଥୀ ଜୀବନ କେବେ ସରେ ନାହିଁ
ଜୀବନ ଟି ଶିକ୍ଷାପୂର୍ଣ୍ଣ,
ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ
ଶିଖିବା ଉଚିତ ଜାଣ l
ବିଦ୍ୟାର୍ଥୀ ଜୀବନ ବକ ପରି ଧ୍ୟାନ
କାକ ସମ ସ୍ନାନ କରି
ଶ୍ୱାନ ପରି ସଦା ଜାଗ୍ରତ ରହନ୍ତି
ଅଳ୍ପଯେ ଆହାର ଧାରୀ l
ଏହି ଗୁଣ ସବୁ ବିଦ୍ୟାର୍ଥୀ ଲକ୍ଷଣ
କହିଛନ୍ତି ଗୁଣୀ ଜନ,
ବିଦ୍ୟା କୁ କେହି ନେଇ ପାରେ ନାହିଁ
ଅଟେ ସେ ଅମୂଲ୍ୟ ଧନ l
ସମୟୋପଯୋଗୀ ଅଧ୍ୟବସାୟ ବଳେ
ବିଦ୍ୟା ଆହରଣ କର,
ନିଷ୍ଠା ସଂଯମତା ଯୋଗ ଭ୍ୟାସ ବଳେ
ଜୀବନ ସାକାର କର ।
