STORYMIRROR

SUKANTA KHANDA

Children

4  

SUKANTA KHANDA

Children

ଫୁଲର ଆକୁଳତା

ଫୁଲର ଆକୁଳତା

1 min
348


ଅଳପ ବୟସୁ ରୂପର ପସରା

  କିଏ ସେ ମେଲେଇ ଦେଲା

ଯିଏ ହନ୍ତସନ୍ତ ପ୍ରତିଟି କ୍ଷଣରେ

  କାମନାରେ ନାହିଁ ତାଲା।

 ଫୁଲର ରସକୁ ଶୋଷିବା ସକାଶେ

   ଭ୍ରମର ମାନଙ୍କ ହାଟ

ଫୁଲ ବି ନୀରବ ପିଇବାକୁ ଦେବ

   ଯିଏ ଯେତେ ମାରୁ ଚୋଟ।

ଚହଲି ଗଲା ତା' ମହକ ଚଉଦିଗେ

   ପ୍ରତିଟି ଭ୍ରମର ପାଖେ

ଆସିକି ସଭିଏଁ ଫୁଲକୁ ଆନନ୍ଦେ

   ଧରିଲେ ନିଇତି କାଖେ।

ଫୁଲ ଅପରୂପ ସ୍ଥାୟୀ ମୋଟେ ନୁହେଁ

   ନୁହେଁ ବି ରସର ଘର

ସରିଗଲା ଦିନେ ଝଡି଼ ସେ ପଡି଼ଲା

   ଆଉ କାହାର ବା ମୋହ?

ତଳେପଡି଼ ଫୁଲ ସଢି଼ବା ହୋଇଲା

   ଭ୍ରମର ଆସିଲେ ନାହିଁ

ଆହା ପଦ ମଧ୍ଯ କିଏ ଦେବ କୁହ

   ସରାଗେ ଫୁଲକୁ ଚାହିଁ।

କାମନାରେ ଦିନେ ମଜ୍ଜି ଯାଉଥିଲେ

   ଯେତେକ ଭ୍ରମର ଦେଖ

ଆଜି ମୁହଁ ମୋଡି଼ ଦୂରେ ବହୁଦୂରେ

   ନ ପାଇ ଫୁଲରୁ ସୁଖ।

ସ୍ବାର୍ଥସିଦ୍ଧି ଚାଲେ ଦୁନିଆଁ ବୁକୁରେ

    ଦେବାକୁ ଭଲ ନ ପାଇ

ନେବାକୁ ଆନନ୍ଦ ଏହି ମରତରେ

     ସଭିଏଁ ଆସନ୍ତି ଧାଇଁ।

କାହାକୁ କହିବ ସାନ୍ତ୍ବନାଟେ ଦିଅ

    ଭୂତଳେ ପଡି଼କି ଫୁଲ

ଯା'ର ଦିନେ ଥିଲା ଏ ଧରା ଧାମରେ

   କାମନା ଅମୂଲ ମୂଲ।

ଆଖିର ଲୁହରେ ଭିଜି ଯାଉଥିଲା

   ନିନ୍ଦି ତା' ଭାଗ୍ଯକୁ ଫୁଲ

ଦିନେ ଏ ଭ୍ରମର ପାଇଁ ହେଲା ନାହିଁ

   କାହିକି ନିଆଁ ବା ଝୁଲ?

ହେ ଈଶ୍ବର ତୁମେ ଏହି ଫୁଲ ପରି

   କାହାକୁ କରନା ଦୁଃଖୀ

ବଞ୍ଚିବା ପାଇଁକି ଅଧିକାର ଅଛି

   ହେବାକୁ ଅନନ୍ତ ସୁଖୀ।

     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children