STORYMIRROR

Padmini Parida

Children Stories

4  

Padmini Parida

Children Stories

ଛାତ୍ର ଜୀବନ

ଛାତ୍ର ଜୀବନ

1 min
415

      ଛାତ୍ର ଜୀବନ ବିଦ୍ୟା ପୂଜନ

      ଅଟଇ ପରମ କର୍ମ।

      ଛାତ୍ର ଜୀବନର ପରିଭାଷା

      ଯେଉଁଠି ବିଦ୍ୟାର ଥାଏ ଅଭିଳାଷା।

      ଛାତ୍ରଜୀବନେ ବିନମ୍ୱତାକୁ କରି ପରିଧାନ

      ଆଗେଇ ଚାଲିବା ପାଠରେ ଦେଇ ମନ।

       ଛାତ୍ର ଜୀବନେ ଶୃଙ୍ଖଳିତ ହୋଇ

       ସତ୍ୟ, ମଧୁର ଭାଷୀରେ ଜିତିବା ଗୁରୁଙ୍କ ମନ।

        ଛାତ୍ର ଜୀବନେ ନକରି ଅଳସ

        ଅଭ୍ୟାସ ବଳେ ଜିତିବା ଜଗତ।

        ଛାତ୍ର ଜୀବନେ ଅଟଇ ତପସ୍ଵି 

        ପାଠ ପଢ଼ି ହେବା ଆମେ ଯଶସ୍ୱି।

         ଛାତ୍ର ଜୀବନେ ବିଦ୍ୟା ଅଟେ ମହଧନ 

         ପରିଶ୍ରମ ବଳରେ କରିବା ଉପାର୍ଜନ।।

         ଛାତ୍ର ଜୀବନେ ଧନ, ଦୌଲତହେବ ଚୋରୀ

         ବିଦ୍ୟା କୁ କେହି ନ ପାରିବେ ମାରି।

         ଛାତ୍ର ଜୀବନେ ବିଦ୍ୟା ଅଟେ ମହାବଳ

          ଉପୋଜୋଗ ନ କରିଲେ ହେବ କାଳ ।

         ଛାତ୍ର ଜୀବନେ ବିଦ୍ୟା ସବୁ ସୁତ୍ରର ହାର

         ବିଦ୍ୟାକୁ ପିନ୍ଧିବା କରି ମାଳ।

          ଛାତ୍ର ଜୀବନେ ସଂଘର୍ଷ ଯାହାର ପରିଚୟ 

          ସେ ହିଁ ପାଇବ ସଫଳତାର ମର୍ମ।

          ଛାତ୍ର ଜୀବନେ ଛାତ୍ର ଅରଜଇ ଜ୍ଞାନ

           ଜ୍ଞାନର ଜୋତିରେ ରଖିବ ଦେଶର ମାନ।

           ଛାତ୍ର ଜୀବନେ ଯେ ଦେଖଇ ସ୍ବପ୍ନ

           କର୍ତ୍ତବ୍ୟମାର୍ଗରେ ଚଳି ହୁଏ ସେ ବିଘ୍ନ।

           ଛାତ୍ର ଜୀବନ ସବୁଠୁ ମୂଲ୍ୟବାନ 

            ପାଠ ପଢାରେ ମନ ଦେଇ ଭବିଷ୍ୟତ କୁ

             କରିବା ଉଜ୍ଜଳ ।

         

               


  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍