STORYMIRROR

Pratima Satpathy

Children

4  

Pratima Satpathy

Children

ନିଜ ଦେହ ପାଇଁ ହେବା ବଇଦ

ନିଜ ଦେହ ପାଇଁ ହେବା ବଇଦ

1 min
371

ଶୁଣ ଶୁଣ ମୋର ଭାଇ ଓ ଭଉଣୀ

    କହୁଛି ଗୋଟିଏ କଥା

ସୂର୍ଯ୍ୟ ଉଦୟ ପୂର୍ବରୁ ଆମେ ଉଠି

   ହୋଇବା ଜଗତଜିତା  ।


ଶୁଦ୍ଧ ଅମ୍ଳଜାନ ସକାଳ ପବନେ

    ଭରପୁର ହୋଇଥାଏ

ସକାଳୁ ଦୌଡିଲେ ଶରୀର ଆମର

   ସୁସ୍ଥ ଓ ସବଳ ରହେ ।


ବ୍ୟାୟାମ ସାରି ଯେ ନିଜ ନିତ୍ୟକର୍ମ

    କରିଦେଇ ସମାପନ

କିଛି ଖାଦ୍ୟ ଖାଇ ବିଦ୍ୟାଳୟ ଯିବା

    ପଢିବାରେ ଦେବା ମନ ।


ସ୍କୁଲରୁ ଫେରିଲା ପରେ ଯେ ଖେଳିବା

    ଖେଳ ପଡିଆରେ ଯାଇଁ

ସନ୍ଧ୍ୟାବେଳେ ଠାକୁରଙ୍କ ପାଶେ ବସି

    ପ୍ରାର୍ଥନା କରିବା ଭାଇ ।


ଛୁଟି ଦିନ ହେଲେ ଖରାବେଳେ କେବେ

    ବୁଲିବା ନାହିଁ ଖରାରେ

ଗୁରୁଜନ ମାନଙ୍କ କଥା ମାନିବା

   ରହିବା ତେବେ ଭଲରେ ।


ଶୁଣ ସାଙ୍ଗ ସାଥି ଭାଇ ଓ ଭଉଣୀ

    ଆସିଗଲା ଖରାଦିନ

ଖରାରେ ବୁଲିବା ନାହିଁ ଆମେମାନେ

   ହୋଇଯିବା ସଚେତନ ।


 ଖରାରେ ଝାଳ ବାହାରି ଆମ ଦେହୁ

    ଜଳୀୟ ଅଂଶ କମିବ

ନାନା ଦି ପ୍ରକାର ରୋଗ ସୃଷ୍ଟି ହେବ

   ଦେହ ଖରାପ ହୋଇବ।


ମୁଣ୍ଡେ ଥିବ ଛତା ଗୋଡ଼ରେ ଜୋତାଟି

   ହାତରେ ପାଣି ବୋତଲ

ଚାଲୁଥିଲେ ବାଟ କିଛି ହେବ ନାହିଁ

   ଦେହ ରହୁଥିବ ଭଲ।


ନିଜେ ପରିଷ୍କାର ଆଉ ପରିଚ୍ଛନ୍ନ

    ରହିଥିବା ଯେବେ ଆମେ

ଡରିକରି ରୋଗ ପଳାଇବ ଦୂରେ

   ଲୁଚି ବ ଯାଇଁ ଗୋପନେ ।


ପଢ଼ା ବେଳେ ପଢ଼ା, ଖେଳ ବେଳେ ଖେଳ

    ନିତି ନିୟମରେ କଲେ

ସୁସ୍ଥ, ନିରାମୟ ଜୀବନ ଯାପନ

    କରିବା ଆମେରେ ଭଲେ ।


ଡାକ୍ତର ଖାନାକୁ ଆମେ କେବେହେଲେ

    ଜୀବନରେ ଯିବା ନାହିଁ

ନିଜ ପାଇଁ ନିଜେ ବଇଦ ହେବାରେ

    ସଭିଏଁ ଭଉଣୀ ଭାଇ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children