STORYMIRROR

Bidutprabha Mishra

Inspirational Others Children

4  

Bidutprabha Mishra

Inspirational Others Children

ଅନୁଭବ

ଅନୁଭବ

1 min
300


ଜୀବନ ଟି ସାରା ଅନୁଭବେ ଭରା

ଜନ୍ମ ଠାରୁ ମୃତ୍ୟୁ ଯାଏଁ,

ସୁଖ ଦୁଃଖ ମିଶା କେତେ ଅନୁଭବ

ଜୀବନେ ବାଟ କଢାଏ l

ଅନୁଭବ ବଳେ ମାନବ ଶିଖଇ

ଜୀବନ ଜିଇଁବା କଳା,

ଝୁଣ୍ଟି ପଡି ପୁଣି ଉଠିବା ଚାଲିବା

ନାନା ରଙ୍ଗରେ ସେ ବୋଳା l

ଜିତିବାର କଳା ଶିଖଇ ମାନବ

ହାରି ହାରି ଜୀବନରେ,

ଅଭିଜ୍ଞ ମଣିଷ ବୋଲାଇ ଥାଏ ସେ

ଜୀବନର କଷଟିରେ,l

ସୁଖ ଆସି କେବେ ଜୀବନରେ ତାର

ମନକୁ ରଙ୍ଗାଇ ଦିଏ,

ନୂଆ ନୂଆକେତେ ସ୍ବପ୍ନ ଦେଖିବାକୁ

ଖୋରାକ ଯୋଗାଇ ଥାଏ l

ଅନୁଭବୀ ଲୋକ ପଥ ପଦର୍ଶକ

ସାଜିପାରେ ଅନ୍ୟପାଇଁ,

ସେଥିପାଇଁ ପରା ପ୍ରବୀଣ ଙ୍କ ପାଶେ

ମଥା ଆମ ଯାଏ ନଇଁ l

କର୍ମ କ୍ଷେତ୍ର ହେଉ ଅବା ଯୁଦ୍ଧ କ୍ଷେତ୍ର

ଅନୁଭୂତି ଲୋଡ଼ା ହୁଏ,

ବିଜୟ ପଥରେ ଆଗେଇବା ପାଇଁ

ସଦା ସାହା ହୋଇଥାଏ l


Rate this content
Log in

Similar oriya poem from Inspirational