STORYMIRROR

Nrusingha Narayan Tripathy

Inspirational Others Children

4  

Nrusingha Narayan Tripathy

Inspirational Others Children

ନା ଖାଆନା

ନା ଖାଆନା

1 min
263


ଚକୋଲେଟ ମନା ଦାନ୍ତ ହେବ କ୍ଷୟ

   ରସଗୋଲା ଆଣେ ଡାଇବେଟିସ

କୁରୁକୁରି ମଜା  ନେବାନାହିଁ ଜମା

   ଭୋକ ମାରିଦେବ ପରା ଚିପସ ll


ଗୁପଚୁପ ଝୋଳ  ପାଟି ବୁହେ ଲାଳ

   ଖଟା ପାଣି ଝାଳ ନଖ ବୁଡୁଛି

ଆଇସି କ୍ରିମ ଟି ମନ ନିଏ ଟାଣି

  ଓଜନ ବଢ଼େଇ ସିଏ ଦେଉଛି ll


ଚାଉମିନି ରୋଲ  ପିଜା ବରଗର

  ତେଲ ଛଣା ଖାଦ୍ୟ ଲାଗେ ସ୍ୱାଦିଷ୍ଟ 

ଶରୀର ଫୁଲଇ  ମେଦ ବୃଦ୍ଧି କରି

  ବାର୍ଦ୍ଧକ୍ୟ ଆଣିକି ଦିଅଇ କଷ୍ଟ ll


ୟୋ ୟୋ ମ୍ୟାଗି ଇପି  ଚଟକିନା ଭିଜି

  ଆଦରେ ଆନନ୍ଦେ ଝପଟି ଖାଉ

ପାଚନ ତନ୍ତ୍ରକୁ  ଦୁର୍ବଳ କରାଉ

  ଯକୃତ ରୋଗକୁ ଟାଣି ଆଣଉ ll


ଚିକେନ ମାଂସରେ  ହରମୋନ ଭର୍ତ୍ତି

  ଗାଈର କ୍ଷୀରରେ ରହୁଛି ବେଶୀ

ଛଅ ମାସକର  ଆମ୍ବର ଡାଳରେ

   ଆମ୍ବ ଫଳିଅଛି ଖାଉଥା ବସି ll


ପରିବାରେ ବିଷ ବୋଳି ମାଛେ ବିଷ

  ବେପାର ହେଉଛି ସତେ ସତେଜ

ପାଟିକୁ ଆନନ୍ଦ  ପେଟ ନିରାନନ୍ଦ

  ଆଣ୍ଟାସିଡ ଖାଉ ମନକୁ ହେଜ ll


ଘିଅରେ ମୋବିଲି  ତେଲ ଯେ ନକଲି

  ମସଲା ମିଳୁଛି ହୋଇ ପ୍ୟାକେଟ

ଅନେକ ଫ୍ଲେଭର  ବାସନା ଭରିକି

  ମନ ମୋହୁଅଛି ସାରା ମାର୍କେଟ ll


ଫଳ ପାଚୁଅଛି  ଯେ କେମିକାଲରେ

 ଖାଦ୍ୟରେ ଭରିଛି ଅନେକ ବିଷ

କଣ ଖାଇକରି  ସୁସ୍ଥ ରହିବାଟି

 ବିଷ ଭରିଅଛି ଯେ ପରିବେଶ ll


ପାନ ବିଡି ଗଂଜା  ମଦରସ ହୁକା

   ଅଫିମ ଚରସ ମାଦକ ଦ୍ରବ୍ୟ

କରେ ଅପକାର  ନ କର ଆଦର

  କଣ ଖାଇବାଯେ ଟିକିଏ ଭାବ ll


ଦେହ ମସ୍ତିସ୍କ ରେ ବିଷ ଭରିଅଛି

 ଖାଦ୍ୟର ବିଷକୁ କିଏ ପଚାରେ

ସିଝାଇ ଫୁଟାଇ  ପରିଷ୍କାର କରି

  ସୁଷମ ଖାଦ୍ୟକୁ ନିତି ଖାଅରେ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational