ମୂଲ୍ୟବୋଧ ବନ୍ଧାପଡିଛି
ମୂଲ୍ୟବୋଧ ବନ୍ଧାପଡିଛି
ବାପା ସିଗାରେଟ ଧରିକି ପ୍ୟାକେଟ
ପୁତ୍ର କିଣୁଅଛି ଯାଇ ବଜାର
ନିଶା ମସଗୁଲ ହୋଇ କୁଲୁ କୁଲୁ
ବାପା ବୁଝାଉଛି କ୍ଷତି ନିଶାର ll
ଗୁରୁ ଟାଉଟର ଚୋର ସମାଜର
ପିତା ବଖାଣୁଛି ପିଲା ଆଗରେ
ପିଲାର ନଜର ଘୃଣ୍ୟ ରେ ଆଦର
ଗୁଜବ କରଇ ସାଥି ସାଙ୍ଗରେ ll
ପ୍ରଣାମ କରିବା ସମ୍ମାନଟି ଦେବା
ଭୁଲିଯେ ଗଲାଣି ମର୍ଣ୍ଣିଙ୍ଗ କହି
ମିଡ଼ିଆ ଆଗରେ କହଇ ମିଛରେ
ଗୁରୁ ମାଡ଼ ଦେଲେ ଅଶ୍ରାବ୍ୟ କହି ll
ସାଧୁତା ଶିଖଇ ପରୀକ୍ଷା ହଲରେ
ଗୁରୁଜୀ ଡାକନ୍ତି ନାଁ ପାଇଁକିରେ
ଉତ୍ତର ଟିପଇ ନ କରି ଭୟରେ
ରେଜଲ୍ଟ ମିଳଇ ଧନ୍ୟ କପିରେ ll
ପିଲାଙ୍କ ଖେଳକୁ ଆଣ ଦର୍ଶନକୁ
ଭାଷାର ପ୍ରୟୋଗ ଖାଲି ସଂସ୍କୃତ
ବୁଝାଇଲେ ସିଏ ଅଧିକ କହିବ
ମାଷ୍ଟର ର ନେବ ସାରି ଇଜ୍ଜତ ll
ବାପା ପଡିଛନ୍ତି ରୋଗ ର ଶଯ୍ୟାରେ
ପୁଅ ଦେଖେ ଡ୍ରାମା ସିନେ ହଲରେ
ସେବା ହେଉଅଛି ଦେଖୁ ଭିଡ଼ିଓରେ
ଉପକାର ଗପ ଶୁଣୁ କାନରେ ll
ସଚ୍ଚୋଟତା ଶିଖୁ ଦପ୍ତର କାନ୍ଥରୁ
ଆଖିରେ ସୁନ୍ଦର ଦେଖୁ ସ୍ଲୋଗାନ
ଟଙ୍କା ଗୁଡ଼େଇକି ନଦେଲେ ପାନ
ଅଧା ରହିଯିବ ତୁମ ସପନ ll
ସହନଶୀଳତା ଉଚ୍ଚ ଚିନ୍ତାଧାରା
କବି ହୋଇ ତୁମେ କଥା ଭାବୁଥା
ପ୍ରତିଶୋଧ ବିନା ଭଲତ ଲାଗେନା
ଗୋଟିଏ ମାଡକୁ ଦଶଟି ବିଧା ll
ସ୍ୱାସ୍ଥ୍ୟ, ଶିକ୍ଷା ସେବା ବେପାରୀ ସଉଦା
ଶୋଷଣ ଚାଲିଛି ବିଜ୍ଞାପନରେ
ବାପା କୁ ଛାଡିକି ଜରା ଆଶ୍ରମରେ
ପ୍ରବଚନ ଦେଉ ଜ୍ଞାନୀ ଗୁଣରେ ll
ନଙ୍ଗୁଳି ପୋଷାକ ଆଜିର ଫେସନ
କାମ ନିଶା ପାଇଁ ସର୍ବେ ବାଇଆ
ବୁଢ଼ା ପିଲା ଟୋକା ପ୍ରେମେ ଆନମନା
ବଳତ୍କାର ବଢେ ଦେଖେ ଦୁନିଆଁ ll
ସ୍ୱାର୍ଥ ପାଇଁ ବନ୍ଧୁ ସ୍ଵାର୍ଥେ ମାରୁ ବନ୍ଧୁ
ସ୍ୱାର୍ଥପର ହୋଇ ସମାଜ ଲୁଟୁ
ଗୋପବନ୍ଧୁ ଗାନ୍ଧୀ ଦର୍ଶନ ବଖାଣି
ସ୍ୱାର୍ଥରେ ଜୀବନ ସନ୍ତୋଷେ କାଟୁ ll
ବୁଝାଇବା କାମ କରି କରୁ ନାମ
ବୁଝୁଛି କିଏସେ ଦେଇକି ମନ
ବାରଣ ଦ୍ରବ୍ୟକୁ ଆଗ ଖାଇଥାଉ
ନୀରବ ରହିଲେ ବଢିବ ମାନ ll
