Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Inspirational Others Children

4  

Bharatabandhu Biswal

Inspirational Others Children

ମୋ ଆର୍ଯ୍ୟଭୂମି ଉତ୍କର୍ଷୁ ଭାରତ

ମୋ ଆର୍ଯ୍ୟଭୂମି ଉତ୍କର୍ଷୁ ଭାରତ

1 min
262



ଚୈତ୍ର ଶୁକ୍ଳପକ୍ଷ ପ୍ରତିପଦ ତିଥି

ସୁସ୍ବାଗତ ନବବର୍ଷ

ଶୁଭଙ୍କର ହେଉ ନବ ସୂର୍ଯ୍ୟୋଦୟ

ଭରୁ ପ୍ରତି ପ୍ରାଣେ ହର୍ଷ ।


ମଧୁ ବସନ୍ତର ପବିତ୍ର ସ୍ପର୍ଶରେ

ସୁଆବର୍ତ୍ତ କାଳକ୍ରମ

ଯୁଗାବ୍ଦ ଶକାବ୍ଦ ବିକ୍ରମ ସମ୍ବତ

ଶୁଭମସ୍ତୁ ଅୟରାମ୍ଭ ।


ସ୍ବୟଂ ଭଗବାନ ପ୍ରଭୁ ରାମଚନ୍ଦ୍ର 

ଧର୍ମରାଜ ଯୁଧିଷ୍ଠିର 

ରାଜ୍ୟ ଅଭିଷେକ କରିବା ବୃତ୍ତାନ୍ତ 

ଲିପିବଦ୍ଧ ସ୍ବର୍ଣ୍ଣାକ୍ଷର ।


ମହା ଋଷି ବ୍ଯାସ ବେଦ ଚର୍ତୁତୟ

କରିଣ ଉପସ୍ଥାପନ 

ରଚି ଯାଇଛନ୍ତି ଅମର ଦୃଷ୍ଟାନ୍ତ 

ସମୁଜ୍ଜ୍ୱଳ କୀର୍ତ୍ତିମାନ ।


ପରମ ପାବନୀ ବାସନ୍ତୀକ ଦୁର୍ଗା

ପୂଜା ନବ ଦିନାତ୍ମକ 

ନବ ସୃଜନର ସୁ ଅବସରରେ

ହରେ ଦୁଃଖକଷ୍ଟ ଶୋକ ।


ବିଜ୍ଞାନ ଗଣିତ ଜ୍ଯୋତିଷ ଶାସ୍ତ୍ରରେ

ସଠିକ କାଳ ଗଣନା

ଆର୍ଯ୍ୟଭୂମି ମୋର ସାଧନା ଶ୍ରୀକ୍ଷେତ୍ର

ସୃଜେ ସୃଷ୍ଟି ସଙ୍କଳ୍ପନା ।


ଉତ୍କର୍ଷୁ ଭାବନା ସାହିତ୍ଯ ଆଦର୍ଶ 

ପୁଣ୍ଯ ମୋ ଭାରତବର୍ଷ 

ସତ୍ଯ ଜ୍ଞାନାଲୋକେ ଉଦ୍ଭାସୁ ଜୀବନ 

ହେଉ ଅନ୍ଧକାର ନାଶ ।

   



Rate this content
Log in

Similar oriya poem from Inspirational