ଅଝଟକୁ ନା
ଅଝଟକୁ ନା
ପିଲାବେଳେ ମୋର ରଡି ବିରକ୍ତିର
ପାଏ ମୁହିଁ ସଫଳତା
ଯାହା ଚାହେଁ ମୁହିଁ କଷ୍ଟ ସବୁ ସହି
ପୂର୍ଣ୍ଣ କରେ ପିତାମାତା l
ଜିଦି ଅଭ୍ୟାସ କୁ କା6ର୍ଯ୍ୟ ଲଗାଇ ମୁଁ
ବଡ ହେଲି ନାହିଁ ବାଧା
ଅଝଟ ହୋଇଲେ ସୁଯୋଗଟି ମିଳେ
ହଟେ ସବୁ ଅସୁବିଧା l
ପଇସା ନେଇକି ଚକୋଲେଟ ଖାଇ
ଜନ୍ମାଇ ବିଶ୍ୱାସ ଘରେ
ଏବେ ଖାଉଅଛି ଖଇନି ବାସୁଛି
ସିଗାରେଟ ପକଟରେ l
ମୋର ପୁଅ ସୁନା ସିଏ ଆନମନା
ପ୍ରତି ବାପା ଏହା କହେ
ବିଶ୍ୱାସ କରିକି ହେଉଛନ୍ତି ଠକି
ଅଣଚାଶ ଶେଷେ ବୁହେ l
କମରେ ଗୋଟିଏ ବେଶୀରେ ଦୁଇଟି
ସ୍ନେହେ ବଢେ ଆମ ପିଲା
ଛାଡ଼ କାମ ଧନ୍ଦା ଶିଷ୍ଟାଚାର ବିନା
ଡାକି ଆଣେ ନାନା କିଳା l
ଭଲ ପଢିବାକୁ ଗଲା କୋଚିଙ୍ଗକୁ
ପ୍ରେମ ଶିଖେ ଦେଇ ମନ
ବିଦ୍ୟାଳୟ ଜାଣ ପ୍ରେମର ଉଦ୍ୟାନ
ଭୟଶୂନ୍ୟ ଉନ୍ମାଦନ l
ତାକୁ ବୁଝାଇଲେ ପଡିବ ଅକଳେ
ଲମ୍ବା ହାତ ଆଇନିର
ନାହିଁ ପାସ ଫେଲ ପାଠର ବଡନ
ଦାୟିତ୍ୱରେ ସରକାର l
ଅଝଟ ହୋଇଲେ ମୋବାଇଲ ମିଳେ
ଦେଖିକରି ସବୁ ଜାଣେ
ବିଚରା ଶିକ୍ଷକ ନୀରବ ଦର୍ଶକ
ଶୁଖିଲାରେ ନାମ ନିଏ l
ମୋବାଇଲି ଟିଭି ଦେଖୁଛି ସବୁଠି
ପ୍ରେମ ପ୍ରତାରଣା ନାଟ
ନ ବୁଝି ଅଝଟ ହୋଇ ହୁଏ ନଷ୍ଟ
ସମାଜେ ବସୁଛି ହାଟ l
ସଂଯମ ରହିତ ବଢୁଛି ଔଦ୍ଧତ୍ୟ
ହଜୁଛି ମାନବିକତା
ଶୃଙ୍ଖଳାର ଜ୍ଞାନ ଆବଶ୍ୟକ ଜାଣ
ବୁଝି ଛାଡୁ ଅଝଟତା l
