STORYMIRROR

Kshitish Jena

Abstract Inspirational Children

4  

Kshitish Jena

Abstract Inspirational Children

ଭଗ୍ନାଂଶ

ଭଗ୍ନାଂଶ

1 min
247

        

ଜେଜେ ଡାକିଲେ ନାତି ନାତୁଣୀ

    ଦୁହେଁ ପାଖକୁ ଆସ

ନିଜ ଭିତରେ ନକର କଳି

    ଧିର ସ୍ଥିରରେ ବସ ।

ଶୁଣ କହୁଛି ତୁମକୁ ଏବେ

   ଛୋଟ କାହାଣୀଟିଏ

ପିଣ୍ଟୁ ଓ ପିଙ୍କି ଭାଇ ଭଉଣୀ 

    ଭଲ ପଢ଼ନ୍ତି ସିଏ ।

ଦିନେ ପିଙ୍କିର ଜନମ ଦିନ

     ସଜା ହୋଇଲା ଘର

ପିଣ୍ଟୁ ପିଙ୍କିକୁ ପିଠାଟେ ନେଇ 

     ଦେଲା ସେ ଉପହାର ।

 ପୁରା ପିଠାକୁ ପିଙ୍କି ସମାନ

   ଫାଳ ଫାଳ ସେ କଲା

ପ୍ରତିଟି ଭଗ୍ନ ଅଂଶ ଗୁଡ଼ିକୁ

   ସାଙ୍ଗ ସାଥୀଙ୍କୁ ଦେଲା ।

କୋଡ଼ିଏ ଭାଗ ପିଠାରୁ କେହି

  ଗୋଟିଏ ଅଂଶ ନିଏ

ଏକ ବିଭକ୍ତ କୋଡ଼ିଏ କହୁ

  ଭଗ୍ନାଂଶ ଭାଷା ଇଏ ।

ବୁଝାଇ ଏହା ପିଙ୍କିର ବାପା

   କହିଲେ କରି ଗେଲ

ଭଗ୍ନାଂଶ ପାଠ ଏପରା ପିଙ୍କି

   ମନରୁ କେବେ ନ ଭୁଲ ।।

     


Rate this content
Log in

Similar oriya poem from Abstract