STORYMIRROR

Bharatabandhu Biswal

Inspirational Others Children

4  

Bharatabandhu Biswal

Inspirational Others Children

ଶବ୍ଦ ତାରାଫୁଲ

ଶବ୍ଦ ତାରାଫୁଲ

1 min
245


ସତୃଷ୍ଣ ନୟନେ ବିଭୋର ଜୀବନ 

ସାଉଁଟି ତୋଳଇ ଶବ୍ଦ ସୁମନ,

ପରଖି ତାହାର ରୂପ ରଙ୍ଗ ବାସ

ସଜାଇ ମାଳାରେ ଗୁନ୍ଥେ ସଯତ୍ନ ।


ଫୁଲଟିଏ ପରି ଫୁଟି ମହକଇ 

ହୃଦୟ ସ୍ମୃତିରେ ଶବ୍ଦ ସ୍ବରୂପ ,

ପ୍ରକଟେ ତା ରଙ୍ଗ ଭାଷାରେ ଧ୍ବନିରେ

ଭାବ ସ୍ୱଚ୍ଛନ୍ଦରେ ଗ୍ରାହେ ଭାବୁକ ।


ଶରଧା ସୁମନ ଶବ୍ଦ ସୁଚୟନ

ଗ୍ରଥିତ ହୋଇଲେ ଭାବର ଡୋରେ ,

ବିକଶେ ପ୍ରଫୁଲ୍ଲ ଶାନ୍ତି ଶତଦଳ

ପ୍ରସ୍ଫୁଟେ ଦିବ୍ଯତା ଅମୃତ କ୍ଷରେ ।


ଭାଷାର ପ୍ରବନ୍ଧ କାବ୍ଯ ସୁକବିତା

ଦେବୀ ଭାରତୀଙ୍କ ଗଳାର ହାର ,

ଉଜ୍ଜ୍ବଳ ଦିଶଇ ଶବ୍ଦ ତାରାଫୁଲ 

ମଉଳେନି ଜ୍ଯୋତି ଚିର ଭାସ୍କର ।


Rate this content
Log in

Similar oriya poem from Inspirational