STORYMIRROR

Kalpana Kumari Pradhan

Fantasy

3  

Kalpana Kumari Pradhan

Fantasy

ସେଇ କବିତା

ସେଇ କବିତା

1 min
140

ପଦ ପଦ ଯୋଡି ଲେଖିଦେଲି କବିତା

 କବିତା ନୁହେଁ କେବଳ ମରମ ବାରତା l


ଓଠେ କି କହିପାରେ ମନର କଥା

ନୟନ ବାରିରୁ ବୁଝିହୁଏ ହୃଦୟର ବ୍ୟଥା l


ସମ୍ପର୍କ ପାଇଁ ଦୁଇପଦ କଥା ନିତି

ଲୋଡ଼ନାହିଁ ଅଛି ଯହିଁ ପ୍ରକୃତ ପ୍ରୀତି l


ତାରିଖ, ମାସ, ବର୍ଷ ବିତି ଯିବ

ପ୍ରେମ ସଦା ପ୍ରସ୍ପୁଟିତ ପୁଷ୍ପପରି ଥିବ l


କବିତାରେ ପ୍ରତିଶବ୍ଦ ବହେ କିଛି ବାରତା

କିଛି ବୁଝି ହୁଏ ଅବୁଝା କିଛିକଥା l


ମାନ ଅଭିମାନ ସବୁ ଯାଏ ଭୁଲି

ସେଇ କବିତା ଯେବେ ପଢି ଦେଲି l



विषय का मूल्यांकन करें
लॉग इन

Similar oriya poem from Fantasy