ଫୁଲ ସବୁ ତୋଳେ
ଫିଙ୍ଗିଦିଏ ମକଚି
ମାଛ ସବୁ ଧରେ
ସାଇତି ଦିଏ ଡେକିଚି
ତାରା ସବୁ ଦେଖେ
କଣ ଭାବେ କେଜାଣି
ଦୌଡେ ଗାଁ ଦାଣ୍ଡେ
ଗୋଡ଼ ହୁଏ ମକଚି
ବନ୍ୟା ପାଣି ଦେଖି
ନା ଖୁସି ନା ଦୁଃଖୀ
କହେ କାହା ବାପା ମାଆ
କାହା ପିଲାଛୁଆ
କାହା ଘର ନେବ ଖୋଜୁଛି
ତାକୁ କେହି ପାଗଳ କହେ
ପୁଣି କିଏ କହେ ବାଇଆ
ଦିନର ଆଲୋକରେ
ଝିପି ଝିପି ବର୍ଷାରେ ହୋଇ ଠିଆ
ଉପର ମୁଣ୍ଡ ମୁଣ୍ଡିଆରେ ବସି
କହେ ଦେଖ ଆଇଚି
ମୋ ଘର ଦ୍ୱାର ବାପା ମାଆ
ସବୁନେଲା
ପିଲାଛୁଆ ନେବ କାଁହୁଁ
ମୁଁ ତ ଅଭିଆଡା ରହିଚି
ଫୁଲ ଫୁଟି ଲୋଟୁଚି
ପକ୍ଷୀ ଉଡି ଉଡି ଯାଉଚି
ବନ୍ୟା କଣ ଗୁଡ଼ି ହୋଇ
ଆକାଶକୁ କେବେ ଛୁଇଁଚି
ବାପା ମାଆ ଆକାଶକୁ
ଥରେ ନେଇ ଯାଇଚି
ଭଲ ହୋଇଚି
ଭୋକ ଭିକ ନାହିଁ ମୋର
ଯିଏ ଯାହା ଦେଲେ ଖାଉଚି
ଡର ଭୟ ନାହିଁ ମୋର
ଗଛ ତଳେ ରହୁଚି
ଏବେ ଏବେ ଭ୍ରାମ୍ୟମାଣ ଔଷଧ
ଗାଡି ମତେ ନେଇଯିବ କହିଚି
କୋଉ ପାଣି କୁଆଡେ ଯାଉ
ମୋ ନାମ ପାଗଳ ଖାତାରେ ଚଢ଼ିଚି
ମୋର ବନ୍ୟାକୁ ନାହିଁ ଡର
କୋଉ ଅଛି ଘର ଦ୍ୱାର
ବୁଲି ବୁଲି ଔଷଧ ମୁଁ ଦଉଚି
ନିରୋଗ ରହିବ ଯେବେ
ମଶାରୀ ଟାଣ ଗରମ ଖାଅ
ଅଳିଆ ଆବର୍ଜ୍ଜନା ସଫା କର
କହି କହି ବୁଲୁଚି