Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Action Classics Inspirational

3  

Satyanarayan Sahoo

Action Classics Inspirational

ସଡକ ସୁରକ୍ଷା ଜୀବନ ରକ୍ଷା

ସଡକ ସୁରକ୍ଷା ଜୀବନ ରକ୍ଷା

1 min
130


ସଡକ ସୁରକ୍ଷା ଓ ଜୀବନ ରକ୍ଷା

ସଡକ ସୁରକ୍ଷା ଓ ଜୀବନ ରକ୍ଷା

ଓତପ୍ରତ ବିଜଡ଼ିତ

ଏଥି ପାଇଁ ଆମେ ଯାତାୟାତ ବେଳେ

 ସତର୍କ ହେବା ସତତ ।

ଧନ ଜୀବନ ର ନିରାପତ୍ତା ରକ୍ଷା

ନିର୍ଭର କରେ ସବୁଠି

 ସଡ଼କ ସୁରକ୍ଷା ସୁରକ୍ଷିତ ଯିବା

ଆସିବା ପାଇଁ କି ନୀତି ।

ନିୟମ କୁ ମନେ ରଖି ଏକ ଧ୍ୟାନେ

ଆଗକୁ ପଛ କୁ ଦୃଷ୍ଟି

ଦେଇ ଚାଲୁ ଥିଲେ ଧୀରେ ଧୀରେ ଭଲେ

ଗନ୍ତବ୍ୟ ସ୍ଥଳ ପହଞ୍ଚି ।

ହୁଏ ସହଜ ରେ କିନ୍ତୁ ବେନିୟମ

କାମ କରି ଯିଏ ଦୃତ

ଗତିରେ ଆଗକୁ ମାଡି ଚାଲି ଥାଏ

ଅବା ହୋଇ ଥାଏ ଦୁଷ୍ଟ ।

ସେହି ମାନଙ୍କର ପାଇଁ କି ଘଟଇ

ଦୁର୍ଘଟଣା ଦୁର୍ବିପାକ

 ବିପଦ ଆପଦ ଘଟେ ଆପେ ଆପେ

 ନ ବୁଝି ନ ସୁଝି ଦୁଃଖ ।

ଶୋକ କୋହ ତାପ ପ୍ରବାହ ଅମାପ

 ପୀଡା ଯନ୍ତ୍ରଣା ସଙ୍କଟ 

ସହିତ ବହୁତ ଧନ ଓ ଜୀବନ

କ୍ଷୟ ହୁଏ ଅବିରତ ।

ଗ୍ରାମେ ବା ସହରେ ପ୍ରତି ମୁହୂର୍ତ୍ତ ରେ

ଘଟି ଚାଲେ ଦୁର୍ଘଟଣା

ଜନ ସଂଖ୍ୟା ବୃଦ୍ଧି , ରାସ୍ତା ଦୂରାବସ୍ଥା

ପ୍ରମୁଖ କାରଣ ସିନା ।

ତା ସହିତ ପୁଣି ନ ବୁଝି ବିଚାରି

ଦୃତ ତର ବେଗେ ଗତି

ବଢ଼ି ବଢ଼ି ଚାଲେ ଯାନ ବାହନ ର

ସଂଖ୍ୟା ଦିନୁ ଦିନ ଅତି ।

ମଦ୍ୟ ପାନ କରି ଗାଡି ଚଳାଇବା

ଅବାଟ ରେ ପୁଣି ଯିବା

ସଡକ ସୁରକ୍ଷା ବିପର୍ଯ୍ୟସ୍ତ କରେ

ହେଲ ମେଟ୍ ନ ପିନ୍ଧିବା ।

ଟ୍ରାଫିକ ନିଗମ କି ଅବା ସଙ୍କେତ

ନ ଜାଣି ନ ମାନି ଗତି

କରିଲେ ନିଶ୍ଚିତ ଦୁର୍ଘଟଣା ସିନା

ଘଟି ଚାଲେ ନିତି ନିତି ।

ତର ବର ହୋଇ ରାସ୍ତା ପାରି ହେବା 

ପୁଣି ଏକ ବଦଗୁଣ

ରାସ୍ତା ର ଉପରେ ପଶୁ ପକ୍ଷୀ ଙ୍କ ର

ଅବାଧ ରେ ବିଚରଣ ।

ହେତୁ ପୁଣି ବହୁ ଯାତ୍ରୀ ହନ୍ତ ସନ୍ତ

ହୋଇ ଥାନ୍ତି ଯିବା ବେଳେ

ଅସାମାଜିକତା କାରଣ ରୁ ବହୁ

ଦୁର୍ଘଟଣା ବେଳେ ବେଳେ ।

ଘଟିଲେ ଅସଂଖ୍ୟ ନିରୀହ ଜନତା

ଦଣ୍ଡ ପାନ୍ତି ଅବହେଳେ

କ୍ଷତ ବିକ୍ଷତ ଯେ ହୁଅଇ ଶରୀର

ଅନେକ ମୃତ୍ୟୁ ର କୋଳେ ।

ଅକାଳେ ଯେ ଅକା ରଣରେ ଚଳନ୍ତି

ରାସ୍ତା ନିୟମ ନ ମାନି

ଚାଲି ନ ଜାଣି କି ବାଟ କୁ ସେ ଦୋଷ

ଦେଇ ଥାନ୍ତି ନିତି ପୁଣି ।


Rate this content
Log in

Similar oriya poem from Action