ସଦଭାବନା
ସଦଭାବନା
ଶ୍ରୀ ଜଗନ୍ନାଥ ଙ୍କୁ ପ୍ରାର୍ଥନା କରୁଛି
ଦିଅ ସଦା ସଦ ଜ୍ଞାନ
ସଦ ଭାବନାରେ ମନ ବୁଡି ରହୁ
ସମାଜେ କରି କଲ୍ୟାଣ।
କାହା ଅପକାର ନ ଆସୁ ମୋ ମନେ
କାହାର ଅନିଷ୍ଟ ଚିନ୍ତା
ତାଙ୍କରି ସୃଷ୍ଟିରେ ଯେ ଜନମି ଅଛି
ସେ ଅଟେ ସବୁରି କର୍ତ୍ତା।
କିଏ କାହା ପାଇଁ ବାଧକ ସାଜିଲେ
ବିଧାତା ଦିଅନ୍ତି ଦଣ୍ଡ
ମଣିଷ ମାତର ତାଙ୍କ ପାଖେ ତୁଚ୍ଛ
କାହିଁ ହେବା ଲଣ୍ଡ ଭଣ୍ଡ।
କେତେ ଦିନ ଅବା ରହିବା ଏଠାରେ
କାହିଁ ଶତ୍ରୁତା ସାଧିବା
ତାଙ୍କ ସୃଷ୍ଟି ପାଇଁ ଅନୁ ବର୍ତ୍ତି ହୋଇ
ନିଜ ଜୀବନ ଜୀଇଁବା ।
ଆସ ତାଙ୍କ ପାଦେ ଶରଣ ମାଗିବା
ସତ ଚଳଣୀ ର ପାଇଁ
ଆମରି ବସୁଧା ଏକ ପରିବାର
ଭେଦ ଭାବ ଯହିଁ ନାହିଁ।।
