ସ୍ବୟଂ ମୁଁ
ସ୍ବୟଂ ମୁଁ
ନୁହେଁ ମୁଁ ଦୂତ, ନୁହେଁ ଦେବତା
ମୁଁ ନିଜେ ଧୂମ, ମୁଁ ଅଗ୍ନି ସମ୍ଭୁତା!
ପରଖେ ବାରମ୍ବାର ମୋତେ,
ଅବୋଧ ମନୁଷ୍ୟ ସେ ଜାଣେନା
ନିଜେ ନିଜର ଦୋଷୀ ମୁଁ,
ସ୍ବୟଂ ର ମୁଁ ଜୁରମାନା!!
ଦୁନିଆର ସମସ୍ତ କପଟ
ବିଫଳ ହୁଏ ବାରବାର,
ଆପଣା ସୋଉଭାଗ୍ୟ ଆପେ,
ମୁଁ ଶକ୍ତି ନିଜେ ନିଜର
ଧକ୍କା ଖାଇ ଅଙ୍ଗେ ମୋ,
ଚୁର ମାର ହୁଏ ଢେଉ,
ନିଜେ ମୁଁ ନିଜ ସାଗର ,
ନିଜେ ତୋଫାନ ର ଦାଉ!
ଭୟ ନାହିଁ ମୋର
ସେ ଇଙ୍ଗିତ ଅବା କଳଙ୍କ କୁ,
ମୁଁ ନିଜେ ଆରିସି ମୋର, ମୁଁ ମୋ ଆଖିର ଲହୁ!
ଶୁଭେ ଚଉଦିଗେ ଚିତ୍କାର,
ଦିଶେ ଦୁନିଆର ଭିଡ଼,
ସ୍ବୟଂ ହିଁ ନିସ୍ତବ୍ଧତା,
ନିଜେ ମୁଁ ସ୍ବର ନିଜର !!