STORYMIRROR

Krishna Mishra

Fantasy

3  

Krishna Mishra

Fantasy

ସ୍ବୟଂ ମୁଁ

ସ୍ବୟଂ ମୁଁ

1 min
259


ନୁହେଁ ମୁଁ ଦୂତ, ନୁହେଁ ଦେବତା

ମୁଁ ନିଜେ ଧୂମ, ମୁଁ ଅଗ୍ନି ସମ୍ଭୁତା!

ପରଖେ ବାରମ୍ବାର ମୋତେ,

ଅବୋଧ ମନୁଷ୍ୟ ସେ ଜାଣେନା

ନିଜେ ନିଜର ଦୋଷୀ ମୁଁ,

ସ୍ବୟଂ ର ମୁଁ ଜୁରମାନା!!

ଦୁନିଆର ସମସ୍ତ କପଟ

ବିଫଳ ହୁଏ ବାରବାର,

ଆପଣା ସୋଉଭାଗ୍ୟ ଆପେ,

 ମୁଁ ଶକ୍ତି ନିଜେ ନିଜର

ଧକ୍କା ଖାଇ ଅଙ୍ଗେ ମୋ,

ଚୁର ମାର ହୁଏ ଢେଉ,

ନିଜେ ମୁଁ ନିଜ ସାଗର ,

ନିଜେ ତୋଫାନ ର ଦାଉ!

ଭୟ ନାହିଁ ମୋର

ସେ ଇଙ୍ଗିତ ଅବା କଳଙ୍କ କୁ,

ମୁଁ ନିଜେ ଆରିସି ମୋର, ମୁଁ ମୋ ଆଖିର ଲହୁ!

ଶୁଭେ ଚଉଦିଗେ ଚିତ୍କାର,

ଦିଶେ ଦୁନିଆର ଭିଡ଼,

ସ୍ବୟଂ ହିଁ ନିସ୍ତବ୍ଧତା,

ନିଜେ ମୁଁ ସ୍ବର ନିଜର !!

    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy