ମାଛିକୁ ମ କହୁନଥିବା ଵ୍ୟକ୍ତି
ଫଟାଇ ପାରେ ପଥର
କୁହାଳିଆ ବାହାପିଆ ଲୋକେ
ପତରେ ବୋଳି ଅତର
ଗୋଡ଼ ଖସାନ୍ତି ଶିଉଳିରେ ଥର
ଥର ବୋଲାଇ ହୁସିଆର
ମତେ ଯେତେ ମାଠିବୁ ମାଠ
ନିଥର ବେଳାରେ ଜୁଆର
ସେ ମୁଁ ତୁ ସେଇ ଦରପୋଡା କାଠ
କୁହୁଳୁଥିବା ଅଙ୍ଗାର
ନିଆଁ ନଥାଇ ଧୂଆଁ କାହିଁ କହିବା
ଆଜିକାଲି ଅବିଚାର
ପାଉଁଶ ତଳେ ଅଙ୍ଗାର କୁହୁଳିବା
ଏକଦମ ମିଛ ଏଥର
ହଜାରେ ସପନ ଦେଖି ଦେଖି ଆଖି
କରିଦେଲା ନିଦକୁ ସାତପର
ଇନ୍ଦ୍ରଧନୁ ସାତରଙ୍ଗ ଓଢଣୀ ଘୋଡାଇ
ଦେଖ କେଡେ ଚମତ୍କାର
ଫୁଲ ଫଳ ପ୍ରଜାପତି ଜାତି ଜାତି
ପରସ୍ପରର ବେଭାର
ଉଭା ଯେତେ ପୋତା ସେତେ ଧରାପରେ
ସୃଷ୍ଟିର ଅବିଚାର ନା ବିଚାର
ପାପ ପୁଣ୍ୟର ନିକିତି ସାନ ବଡକୁ
ରହେ ଭାରି ତଳକୁ ସମାଚାର
ବଦଳି କିଏ ସାତ କିଏ ସତର