STORYMIRROR

Samita Swain

Drama Tragedy

3  

Samita Swain

Drama Tragedy

ସ୍ବର୍ଗ ଦ୍ବାରରୁ ସମୁଦ୍ର

ସ୍ବର୍ଗ ଦ୍ବାରରୁ ସମୁଦ୍ର

1 min
263

ସ୍ବର୍ଗଦ୍ବାର ଠାରୁ ସମୁଦ୍ର ଟା ଅବା 

କାହିଁ ଅଛି କେତେ ଦୂର

ସମୟ ସ୍ରୋତର ପ୍ରଖର ଗତିରେ 

ଆସେ ପ୍ରବଳ ଜୁଆର।।୧

ଅନ୍ତର ଭିତରେ ଥାଏ ଅନ୍ତର୍ଦାହ 

ଥାଏ ବି ସ୍ମୁତି ସମ୍ଭାର 

ଖରସ୍ରୋତା ସେହି ସଂପର୍କର ସେତୁ 

କେବେବି କରେ ଫୁତ୍କାର।।୨

ଅଶାନ୍ତ ମନରେ ଅହମିକା ଆସି 

ମୋହ ଯେବେ ଜନ୍ମନିଏ

ନିଜର ସତ୍ତା କୁ ଆବୋରି ନେଇସେ

ସଂପର୍କ କୁ ଭାଙ୍ଗିଦିଏ।।୩

କ୍ଷଣଭଙ୍ଗୁର ଏ ମାୟା ସଂସାରରେ 

କିଏବା ଏଠି କାହାର

ଆଶା ବିଶ୍ବାସ ର ପବିତ୍ର ମନ୍ତ୍ରରେ 

ବନ୍ଧା ସର୍ବ ପରିବାର।।୪

ଜୀବନର ଏହି ପ୍ରତି ଅଧ୍ଯାୟରେ

ଶିଖିବାକୁ ହୁଏ କେତେ 

ତଥାପି ମଣିଷ କରେ ଅପକର୍ମ

ଆଖିଠାର ମାରି ସତେ।।୫

ଈଶ୍ଵରଙ୍କର ହେ ଅମୃତ ସନ୍ତାନ 

ଦେଖଥରେ ସ୍ବର୍ଗଦ୍ବାର

ସମୁଦ୍ରଟା କେତେ ଅସହାୟ ପଣେ

ମୁଣ୍ଡ ପିଟେ ବାରମ୍ବାର।।୬

ଅଭିନୟ ଆମେ କରିବାକୁ ଆସି 

ଫେରିଯାଉ ସମୟରେ

ଚିରନ୍ତନ ଏହି ଶେଷ ସତ୍ୟଟିକୁ 

ଦେଖୁଥାଉ ସ୍ବର୍ଗଦ୍ବାରେ।।୭

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama