STORYMIRROR

Anam Charan Sahoo

Abstract Inspirational

2  

Anam Charan Sahoo

Abstract Inspirational

ସ୍ବାଧୀନତାର ଅନ୍ତରାଳେ

ସ୍ବାଧୀନତାର ଅନ୍ତରାଳେ

1 min
343


ଧରା ବକ୍ଷରେ ଜନମ ଲଭି ସଭିଏଁ ମୁକ୍ତିକାମୀ

ମାନବ ହେଉ ବା ପଶୁପକ୍ଷୀ ସଦା ସ୍ବାଧୀନ ପ୍ରେମୀ।

ପିଞ୍ଜରାବଦ୍ଧ ବିହଙ୍ଗମର ଉଡ଼ିବା ମନେ ଆଶା

ସ୍ବାଧୀନତାର ମୟୂଖମାଳା ଜୀବନେ ଅଭିଳାଷା।

ନଦୀଟି ବହେ ଦୁର୍ଗମ ପଥ ବନ୍ଧୁର ଶିଳା ଭେଦି

ସାଗର କୋଳ କରେ ବିହ୍ବଳ ସାଧନା ଆଣେ ସିଦ୍ଧି।

ପ୍ରକୃତି ଏବେ ଗୃହ ଅଙ୍ଗନେ ଆବଦ୍ଧ ହୋଇ ନାହିଁ

ସୁପ୍ତ ସାହସ ଜାଗୃତି ବଳେ ଉଠିଛି ଏବେ ଚେଇଁ।

ମାନବ ଘୂରେ ଦେଶ ବିଦେଶ ଉନ୍ନତ ଶିକ୍ଷା ବଳେ

ଜୀବଜନ୍ତୁଙ୍କ ଉଜୁଡା ଘର କେଉଁ ତପର ଫଳେ।

ସବୁଜିମାର ଓଢ଼ଣୀ ଏବେ ନଷ୍ଟ ହୁଅଇ ପୁଣି

କଂକ୍ରିଟ ଗଢା ଜଙ୍ଗଲ ବଢ଼ି ନେତ୍ରକୁ ନିଏ ଟାଣି।

ବାଡଟି ଏଠି ଫସଲ ଖାଏ ସାଧୁ ଖୋଳପା ପିନ୍ଧି

ନାରୀ ଗରଭେ ନାରୀ ସଂହାର ଦୁର୍ବାର ଅଭିସନ୍ଧି।

ଧନ ଲାଳସା ସନ୍ତାନ ବିକ୍ରି ଇଏ କି ସ୍ବାଧୀନତା

ପର ଅଧୀନେ ଦାଦନ ଖଟି ହେବା ଜଗତ ଜିତା।

କିଛି ହୋଇଛି କିଛି ରହିଛି ପୂର୍ଣ୍ଣତା ଆସିନାହିଁ

ଆଶ୍ରୟ ଲାଗି ପଶୁପକ୍ଷୀ ଏ ଯହିଁ ଆସନ୍ତି ଧାଇଁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract