ସାଥିରେ (ସାତ)
ସାଥିରେ (ସାତ)


ନା ମିଛ
ଏକ ଦମ ମିଛ
ନା ମୁଁ ଭୁଲିଛି ନା ଭୁଲିବି
ତୁମେ ତ ମୋ ହୃଦୟ ନିଜ ନାଆରେ
ରେଜିଷ୍ଟ୍ରି କରିସାରିଛ
ଆଉ ବା ମୋର କି ଅଧିକାର ଯେ
ତୁମକୁ ଭୁଲେଇ ପାରିବି
ମୋ ଠୁ ଦୁରେଇଯିବାକୁ କହିବି !
ତୁମେ ମୋ ପ୍ରତି ସ୍ପନ୍ଦନେ
ସ୍ପନ୍ଦିତ ହୁଅ
ତୁମ ବିନା ଏ ହୃଦୟ
ଆଉ କାହାର ନୁହଁ
ତୁମେ ବୁଝି ପାରନି
ମୋ ପ୍ରେମ ମୋ ଭଲ ପାଇବା
ଆଉ ଅନର୍ଗଳ କହିଚାଲ
"ତୁମେ ଭୁଲିଯା' ମୁଁ ମନେରଖେ !
ପରନ୍ତୁ ତୁମେ କହିବା ସତ୍ତ୍ୱେ ମୁଁ ଭୁଲିନି
ଭୁଲାପଣକୁ ମରାମତି କରିନେଇଛି
କାଳେ ତୁମକୁ ଭୁଲିଯିବି ବୋଲି !!