STORYMIRROR

Usharani Sahoo

Tragedy Others

4  

Usharani Sahoo

Tragedy Others

ସାଥୀ ତୁମେ

ସାଥୀ ତୁମେ

1 min
361


କେଉଁ ପୂଣ୍ୟଵଳେ ପାଇଛି ତୁମକୁ

   ତୁମେ ମୋ ଜୀବନ ସାଥୀ

ହୃଦୟରେ ମୋର ଭରିଦେଇ ଅଛ

   ମଧୁର ପ୍ରଣୟ ପ୍ରିତୀ।


ମନ ମନ୍ଦିରରେ ତୁମେ ମୋ ଦେବତା

   ମୁଁ ତୁମ ପୂଜାରିଣୀ

ଜନ୍ମ ଜନ୍ମାନ୍ତରେ କରୁଥିଵି ପୂଜା

   ଏତିକି ମୋର ମାଗୁଣି।


ଦିଗହରା ପଥେ ସାଥୀଟିଏ ହୋଇ

   ଦେଇଛ ସାହାରା ମୋତେ

ଜୀବନକୁ ମୋର ଉଜ୍ଜ୍ୱଳିତ କଲ

   ଦିପ୍ତୀମୟ ଜ୍ୟୋତି ସତେ।


ଅଶାନ୍ତ ସାଗରେ ନାଉରୀଟେ ସାଜି

   ଲଙ୍ଘିଲ ତରଙ୍ଗ ଢେଉ

ପାରିକଲ ସାଥୀ ଜୀବନ ନଉକା

   ପ୍ରାଣ ଅଵା ଯାଉ ଯାଉ।


ଶୂନ୍ୟ ଆକାଶରେ ଜ୍ୟୋତିଟିଏ ମୋର

   ମୁଁ ତୁମ ଚନ୍ଦ୍ରମା ଛାଇ

ପାଉଥିବି ସଦା ଶୀତଳ ପରଶ

   ପାଶେ ରହିଥିଵି ମୁହିଁ।


ସାଥୀଟିଏ ତୁମେ ସୁନେଲି ସ୍ୱପ୍ନର

   ନିଝୁମ୍ ରାତ୍ରିର ସାଥୀ

ପାହାନ୍ତି ପ୍ରହର ଅଳସି ମନର

   ସାଉଁଟା ଅଭୁଲା ସ୍ମୃତି।


ସାଥୀ ବିନା ନାହିଁ ଜୀବନର ମାନ

   ପୁଣି ଗତି ମୁକ୍ତି ପଥ

ପ୍ରିତୀ ବନ୍ଧନରେ ବାନ୍ଧି ଦିଅ ମୋତେ

   ଧରିଥିବା ସଦା ହାତ।


ହୃଦୟ ବେଦନା ଜୀବନ ଯାତନା

   ଦୂର କରିଥାଅ ପରା

ସ୍ନେହ ପ୍ରିତୀ ଭାବ ମଧୁର ଆଳାପ

   ଝରାଇ ପୀୟୂଷ ଧାରା।


ତୁମ ବିନା ସାଥୀ କିଛି ମୁଁ ଚାହେଁନା

   ସ୍ପନ୍ଦନ ମୋ ହୃଦୟର

ମନ ପ୍ରାଣ ଦେଇ ସେବା କରୁଥିବି

   ଦାସୀଟେ ହୋଇ ତୁମର।


ତୁମ ପଦ ଧୂଳି ମସ୍ତକରେ ବୋଳି

   ମଣିଵି ଚନ୍ଦନ ଲେପ

ଶ୍ରୀପୟରେ ସାଥୀ ମଥାନତ କରି

   ହରିଵି ସକଳ ପାପ।


ଫୁଲଟିଏ ହୋଇ ଚରଣ ଯୁଗଳେ

   ଶୋଭା ନିତି ପାଉଥିବି

ସୁବାଷିତ କରି ଅହୋରାଣୀ ହୋଇ

   ଶେଷ ନିଃଶ୍ୱାସ ଛାଡ଼ିବି।


ମଙ୍ଗଳ କାମନା କରିବି ପ୍ରାର୍ଥନା

   ମଙ୍ଗଳାଙ୍କ ପାଶେ ମୁହିଁ

ମୋ ସାଥୀ ସର୍ବଦା ସୁଖରେ ରହନ୍ତୁ

   ଆଶିଷ ଦେଲୋ ମା ତୁହି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy