ସାଥୀ ମୋର ବାରମାସିଆ
ସାଥୀ ମୋର ବାରମାସିଆ
ଆ ରେ ସାଥୀ ଆ ଆ ରେ ସାଥୀ ଆ
କେବେ ତୁ ହୋଇବୁ ବାରମାସିିଆ
ଆ ରେ ସାଥୀ ଆ
ବାର ମାସରୁ ତୁ ଛ ମାସ ରହୁନୁ
ତୋତେ ଝୁରି ହେଲି କଣ୍ଟା ଶୁଖୁଆ
ଆରେ ସାଥୀ ଆ .......
କହି ଥିଲୁ ତୁହି ଛାଡି ଯିବିନି ଲୋ
ଏକାଠି କାଟିବା ଦିନ
ମୋ ଚନ୍ଦ୍ର ବଦନ ନଦେଖିଲେ ତୋର
ଶାନ୍ତିରେ କଟେନା ଦିନ
କୁୁୁୁଆଡେ ଗଲା ସେ ଶୁଖିଲା ସୁଆଗ
ଲାଗିଲା କି ସେଠି ଛଳନା ନିଆଁ
ଆରେ ସାଥୀ ଆ .........
ଚଉଠି ରାତିରେ କହି ଥିଲୁ ପରା
ହାଣ୍ଡିଶାଳ ଯିିିବୁ ନାହିଁ
ଗୋରା ଦେହ ତୋର କଳା ପଡି ଯିିବ
ସହି କି ପାରିବି ମୁହିଁ
ପାଣି ଗାର ପରି କଥା ଫାଟି ଗଲା
କେତେ ବଡ଼ ଦଗାଦିିିଆ
ଆ ରେ ସାଥୀ ଆ ........
ମନ ଭୁଲାଣିଆ କଥା କଅଁଳିଆ
ବହୁତ ଦେଖିଲି ତୋର
ଲୋଡା ନାହିଁ କିଛି ପାଖରେ ରହିଲେ
ଲାଗେନା ମୋତେ ରେ ଡର
କାହା ଆଶାରାରେ ଦିନ କାଟିବି ମୁଁ
ଘର ଲାଗେ ଖାଁ ଖାଁ
ଆ ରେ ସାଥୀ ଆ ........
ବିଦେଶ ଯିବାକୁ ବଳାଇଲୁ ଚିତ୍ତ
ମୋ କଥା ଭାବିଲୁ ନାହିଁ
କେମିିିତି ବିିିତିବ ଭରା ଯଉବନ
ଲୁହ ଯାଉଛିରେ ବୋହି
ନ ଯାଆରେ ସାଥୀ ଦୂୂର ରାଇଜକୁ
ହୋଇବା ପଛକେ କୁଲି ମୁଲିିଆ
ଆ ରେ ସାଥୀ ଆ
ତୋ କାନ୍ଧରେ ମୋର ଶେଷ ନିଦ୍ରା ହେଉ
ଏ କଥାକୁ ଅଛି ଚାହିଁ
ତୋ ଦାଣ୍ଡରେ ବାଜୁ ଅହ୍ୟଡେଙ୍ଗୁରା ମୋ,
ତୋ ଗ୍ରାମରେ ଜଳୁ ଜୁୁଇ
ଏତେ ସବୁ କଥା ହୋଇବ କି ମିଥ୍ୟା
ତୋ ମନରେ ନାହିଁ ଟିକିଏ ଦୟା
ଆ ରେ ସାଥୀ ଆ ।

