ସାର୍ଥକ
ସାର୍ଥକ
ଅମୁହାଁ ଦେଉଳ ପରି
ଅଟେ ଏ ଜୀବନ
ଖୋଜିଲେ ନ ପାଏ ଆଉ
ଆଲୁଅ ପବନ
ମୁକୁଳା ଆଲୁଅ ଅବା
ପାଇବ ସେ କାହିଁ
ନିଜ ଇଛାରେ ଖୋଜିଲେ
କିଛି ମିଳେ ନାହିଁ
ଦେଖିବା ସପନେ ମଉଳି ଯାଏ ତା
ପୂରୁବ ଆଶା ସରେ
ଆଉ ସେ ନ ପାଏ
ଅସମ୍ଭବେ ନୂଆ ଫୁଲ
କଳି ଦିନେ ଦିଏ ଦେଖା
ପୁଷ୍ପିତ ହୁଅଇ ଫୁଣି
ମନ ତରୁ ଶାଖା
ଶ୍ରୀହୀନ ବୃକ୍ଷେ କାର
ହେଲେ ଉପକାର
ସେହି ଧର୍ମ ସେହି କର୍ମ
ସାର୍ଥକତା ତାର ।
