STORYMIRROR

Biswaranjan Mohanty

Tragedy

3  

Biswaranjan Mohanty

Tragedy

ସ୍ଵାକ୍ଷର

ସ୍ଵାକ୍ଷର

1 min
241

ଜୀବନର ପାଣ୍ଡୁଲିପି ପୃଷ୍ଠା ପୃଷ୍ଠା ହୋଇ 

   ପବନରେ ଉଡ଼ିଗଲା କାହିଁ 

ବାକି ଯା ରହିଲା ଖାଲି ଛିନ୍ନ ପୃଷ୍ଠା ମାନ 

   ଶୋଣିତର ନାଲି ଗାର ବହି।

ନିରେଖି ଚାହିଁଲେ ମୁହିଁ ସବୁ ପୃଷ୍ଠା ତଳେ 

    ରହିଅଛି ଗୋଟିଏ ମୋହର 

ଜଳୁଅଛି ମୋ ହୃଦୟେ ଶିଳାଲିପି ହୋଇ 

     ତହିଁ ଅଙ୍କା ଅଗ୍ନିର ସ୍ଵାକ୍ଷର।

ଲିଭାଇବା ପାଇଁ ଯେତେ ଢ଼ାଳୁଅଛି ମୁହିଁ 

      ନୟନର ଅଫୁରନ୍ତ ଜଳ 

ଶୁଖାଇବା ପାଇଁ ତୋତେ ଦିଏ ମୁଁ ଜଳାଇ 

     ହୃଦୟର ଦୀର୍ଘ ଶ୍ୱାସ ଜାଳ ।

ସେ ଜ୍ୱାଳାର ବିନ୍ଦୁ ମାତ୍ର ନାହିଁ ଉପଶମ 

      ସମୁଦ୍ରର ବାଡ଼ବାଗ୍ନି ସେତ 

ଜଳୁଥିଲା ଯିଏ ଦିନେ ହୃଦୟ ମନ୍ଦିରେ 

   ହୋଇ ସ୍ନେହ ଦୀପ ସୁବାସିତ।

ସାମାନ୍ୟ ପବନେ ଅବା ଯିବ ବୋଲି ଲିଭି 

    ଢାଙ୍କି ଥିଲି ଅଭୟ ପଣତ 

ପ୍ରଳୟଙ୍କରୀ ସେ ଝାଞ୍ଜି ବହିଗଲା ଥରେ 

    ସବୁ କରି ଦେଇ ଇତସ୍ତତ ।


     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy