STORYMIRROR

Prafulla Chandra Mishra

Tragedy

4  

Prafulla Chandra Mishra

Tragedy

ସାହିତ୍ୟ ଆକାଶ ଧ୍ରୁବତାରା

ସାହିତ୍ୟ ଆକାଶ ଧ୍ରୁବତାରା

1 min
336


ଖସି ପଡିଲା କି ସାହିତ୍ୟ ଆକାଶ   ପାହାନ୍ତିଆ ଧ୍ରୁବତାରା

ପ୍ରଭାତେ ଭାରତୀ ବୀଣାର ସ୍ଵରରେ  କିଆଁ ଶୁଭେ ଛନ୍ଦହରା ।।


ସ୍ଥିର କିଆଁ ଆଜି ପବନ,”ବୃକ୍ଷରୁ ଫୁଲ ଝଡ଼ି ତଳେ ଲୋଟେ”

ଉତ୍କଳ ଭୁଲୋକେ ଲୁହ ଝର ଝରେ     ଲୁହର ଝରଣା ଛୁଟେ ।।


ଅକାଳ ବଉଦ କାହିଁ ଥିଲା ଆଜି     ଅକାଳେ ଘୋଟି ଆସିଲା

ସାହିତ୍ୟ ଭୁବନ ବାଗ୍ମୀ ପୁରୁଷ ରେ   ଆମଠୁ ଛଡ଼ାଇ ନେଲା ।।


ଆକାଶର ଇଶରାରେ ଏ ସାଧକ     ସମୁଦ୍ର କୂଳ ଗାଆଁ ର

ବିଶ୍ଵ ସାହିତ୍ୟ ଆକାଶ ଚନ୍ଦ୍ରମା      ପ୍ରହରୀ ଚନ୍ଦ୍ରାଲୋକର ।।


ଆରବ୍ୟ ରଜନୀ ଅଜଣା କାହାଣୀ   ମରୁ ବାଲି ପରେ “ପଦ

ଚିହ୍ନ”ଦେଖି ଦେଖି ଫେରିବ ହେ ତୁମେ  ଭୂଷଣ ଭୂଷିତ ପଦ୍ମ ।।


ସାହିତ୍ୟ ପାଦପ ଅମୃତ ଫଳ ହେ ତୁମେ କୋହିନୂର ହୀରା

ମୁକୁଟ ବିହିନ ସମ୍ରାଟ ମନୋଜ ଭାଷା ସାହିତ୍ୟର ତାରା ।।


ତୁମରି ବିଚ୍ଛେଦ ଆହେ ମହାଭାଗ ହୃଦୟ କରେ ବିଦୀର୍ଣ୍ଣ

ଯୁଗ ଶ୍ରଷ୍ଠା ପ୍ରଜ୍ଞା ପୁରୁଷ ମନୋଜ ଘେନ ଅଶ୍ରୁଳ ପ୍ରଣାମ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy