STORYMIRROR

Er. Prakash Majhi

Comedy Inspirational Others

3  

Er. Prakash Majhi

Comedy Inspirational Others

ସାହେବ ଘର

ସାହେବ ଘର

1 min
249

ସାହେବ ଘର ର 

ତିନି ମହଲା କୁ 

ଯେବେ ଠୁ ରଖିଲି 

ପାପ ନଜର, 

ଜାଣି ପାରିଲିନି 

ଏହାରି ଭିତରେ 

ଉଡି ଗଲାଣି ମୋ 

ଚାଳ ଛପର। 


ସାହେବ ଘର ର 

ଚାରି ଚକିଆ ରେ 

ଯେବେଠୁ ବଳିଲା 

ମୋହରି ମନ, 

ଭଙ୍ଗା ସାଇକେଲ 

ହୁଗୁଳି ଗଲାଣି 

ଚାଲି ଚାଲି ଏବେ 

କରେ ଗମନ। 


ସାହେବ ଘର ର 

ମାଂସ ଝୋଳ ବାସ୍ନା 

ଯେବେ ଠୁ ବାଜିଲା 

ନାକ ରେ ମୋର, 

ପଖାଳ କଂସା କୁ 

ହାତ ମୋ ଯାଉନି 

ଲୁଣ ଲଙ୍କା ଦେଖି 

ଲାଗୁଛି ଡର। 


ସାହେବ ଘର ର 

ବେଶ ପୋଷାକ ରେ 

ଆଖି ମୋର ଯେବେ 

ରହିଲା ଲାଖି, 

ସାତ ସିଆଁ ଏଇ 

ଗାମୁଛା ଖଣ୍ଡ ରେ 

ଇଜ୍ଜତ କୁ ଆଉ 

ପାରୁନି ଢାଙ୍କି। 


ସାହେବ ଘର ର 

ସାହେବାଣୀ ଟି ତ

ଦେଖିବାକୁ ସିଏ 

ଭାରି ସୁନ୍ଦର, 

ସେଇ ଦିନ ଠାରୁ 

ପାଖ ମୁଁ ପଶୁନି 

ଘୃଣା କରୁଅଛି 

ଭାରିଜା ମୋର। 


ସାହେବ ଘର ର 

ସବୁ କିଛି ବଡ଼ 

ମୁଁ ପରା ଅଟଇ 

ଛୋଟ ବାମନ, 

ଆକାଶ ବୁକୁ ରୁ 

ଜହ୍ନ ତୋଳିବାକୁ 

କାହିଁକି ?ବଳାଏ 

ପାଗଳା ମନ।


ଯାହା ମୁଁ ପାଇଛି 

ବହୁତ ପାଇଛି 

ଈଶ୍ୱର ଙ୍କୁ ଦିଏ 

ମୁଁ ଧନ୍ୟବାଦ, 

ସାହେବ ଘର କୁ 

ଲୟ କରୁଥିଲେ 

ଜୀବନ ଟା ସାରା 

ଖାଲି ଦୁଖଃଦ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy