ସ୍ଵାଗତଂ
ସ୍ଵାଗତଂ
ନୀଳ ନୀଳାମ୍ବୁ ତୀରେ, ମନେ ପଡେ
ସିନ୍ଧୁ ତରଙ୍ଗରେ ମଜ୍ଜି
ଅନୁଭବେ ଭାସୁ ଥାଏ ,
ଚାରୁ ବସନ୍ତ କୋଳେ ଧିର ସମୀର
ଜ୍ୟୋତ୍ସ୍ନାମୟ ରଜନୀର ବିଜନ ବେଳା
ଅତି ନିକଟରୁ ଚହଟାଇ ଦେଉଛି
କୁସୁମ କୁଞ୍ଜର ବାସ୍ନା ,
ଚନ୍ଦ୍ରିିିିକା ସୁନ୍ଦରୀକୁ ପାଇ ଉଲ୍ଲସିତ ଚକୋଈ
ଶିଶିର ସ୍ନାନରେ ମେଦିନୀ ମନୋହର,
ଏଇ ସୁନ୍ଦର ମୁହୂର୍ତ୍ତେ
ଭାରି ମନେ ପଡ
ବିଷ୍ଣୁପଦ ପ୍ରଦେଶରେ ଚେନାଏଁ ମାଟି
ମିଳନ୍ତା କି , ଆମ ପାଇଁ ଘରଟିିଏ ତୋଳନ୍ତି ।
ସାଉଁଟା ଅତୀତରୁ କିଛି ସ୍ମୃତି
ପରସ୍ତ ପରସ୍ତ ଲେଉଟାଇବାରେ ଯେଉଁ
ଆନନ୍ଦ ତାହା ଅବର୍ଣ୍ଣନୀୟ ,
ଏକାକୀ କିଛି ସମୟ ଅତିବାହିତ ପରେ
ସନ୍ଦେହ କାହିଁକି ଉଙ୍କି ମାରେ ?
ଆଉ କ'ଣ ସତରେ ଦେଖା ହେବନି ?
ମୁଁ କ'ଣ ପୂର୍ଣ୍ଣିମା ବିହାୟସର ନକ୍ଷତ୍ର ପୁଞ୍ଜ
ପରି ଜ୍ୟୋତି ହରାଇଛି ?
ତୁମେ ତ ଅଫେରା ବାଟୋଇ ନୁହଁ
ନିଶ୍ଚୟ ବାହୁଡିବ '
ମୋର ଛୋଟ କୁଲାୟକୁ
ବସନ୍ତରାଜରେ ପରଭୃୃତ ସ୍ତୁତି ପାଠରେ
ସ୍ଵାଗତ କରିବ ........