ସାଧୁବାଣୀ
ସାଧୁବାଣୀ
କରୁଣା ଭାବ ମନେ ବହି
ଯେ ପାଳୁଥାଏ ନିତ୍ୟେ ମହୀ ।
ରାଜାଙ୍କ ମଧ୍ୟେ ସେହୁ ସାର
ଭାଗବତର ଏହା ଗୀର ।
ମାନବେ ଶୁଣ ମନଦେଇ
କହୁ ଅଛନ୍ତି ଭାବଗ୍ରାହୀ ।
ଯାବତ ସୂର୍ଯ୍ୟ ଚନ୍ଦ୍ର ଥିବେ
କରୁଣା ଭାବ ଶ୍ରେଷ୍ଠ ଭବେ ।
ଏଣୁ ମାନବ ହେଜ ମନେ
ସେ ଭାବ ଘେନ ଦୀନଜନେ ।
ଚିନ୍ତ ମନରେ ଲକ୍ଷ୍ମୀ ପତି
କଷ୍ଟ ଫେଡିବେ ଯଦୁପତି ।
କରୁଣା ବାରିଧି ଶ୍ରୀହରି
ଭବ ବନ୍ଧନୁ ହବୁ ପାରି ।
ସଂସାରେ ଯେତେ ଦିନଥୁବୁ
ଶ୍ରୀହରି ନାମ ଜପୁଥିବୁ ।
ଦେଖୁଛ ଯେତେକ ଦରବ
ସବୁ ତ ଦେଇଛି ଦଇବ ।
ଧନ ରତନ ବାହୁବଳ
ଏ ସବୁ ଅଳିକ ମାତର ।
ପୁତ୍ର ଭାରିଯା ଘରଦ୍ଵାର
ମାୟା ଓ ମୋହ ଅହଙ୍କାର ।
ହରି ଅଟନ୍ତି ସୁଖଦୁଃଖ
ତା ବିନୁ ନାହିଁ ଅନ୍ୟ ସୁଖ ।
ବିଶ୍ୱବ୍ରହ୍ମାଣ୍ଡ ତିନି ପୁର
ନଦୀ ସାଗର ବନ ଘୋର ।
ସବୁରି ଠାରେ ବିଜେ ସେହି
ତା ବିନୁ ଅନ୍ୟ ଗତି ନାହିଁ ।
ବାୟୁ ଆକାଶ ଠାରୁ ଜଳ
ଆବର ଧରଣୀ ଅନଳ ।
ଏ ପଞ୍ଚ ମହାଭୂତ ଘେନି
ଦେହ ଗଢ଼ିଲା ପଦ୍ମଯୋନି।
ଜଠର ଅଗ୍ନି ରୂପ ବହି
ଶ୍ୱାସ ପ୍ରଶ୍ୱାସ ବାୟୁ କହି।
ଜଳ ଶୋଣିତ ରୁପେ ଥାଏ
ଦେହ ଅବନୀ ରୂପ ହୁଏ ।
ଆକାଶ ମଧ୍ୟେ ସେ ପ୍ରକଟ
କହି ଅଛନ୍ତି ନନ୍ଦଚାଟ ।
କାମ ବାସନା ଲୋଭ ମୋହ
କ୍ରୋଧ ସହିତେ ଥାଏ ଦେହ ।
ଆହାର ଯୋଗେ ହୁଏ ଯାତ
ଏହାକୁ ରଖିଥିବ ଚିତ୍ତ ।
ସାତ୍ତ୍ୱିକ ଅହାରେ ସତ୍ୟର
ତାମସିକ ଭୋଜ ତମର ।
ୟାଙ୍କୁ ଯେ ଆୟତ କରଇ
ସାଧୁଜନ ଟି ତାକୁ କହି ।
ଜଗତେ ସୁଖୀ ଜନେ ଗଣା
ହୁଏନା କେବେ ବାଟବଣା।
ଆହାର ବିହାର ମୈଥୁନ
ନିଦ୍ରାକୁ ଯେ କରେ ଦମନ ।
ପଉରୁଷ ଯେ ତାକୁ କହି
ଜୀବନ ତାର ଧନ୍ୟ ମହୀ ।
ଶ୍ରମ କରିଣ ଦିନ ଯାଏ
ଭୋକିଲା ପେଟେ ଅର୍ଣ୍ଣ ଦିଏ ।
ଭଜନ କୀର୍ତ୍ତନ ଜଣାଣ
ପ୍ରାତଃ ସନ୍ଧ୍ୟାରେ ତରପଣ।
ଏ ରୁପେ କରେ ଦିନ ଚର୍ଯ୍ୟା
ସଙ୍ଗତେ ପିତା ମାତା ଭାର୍ଯ୍ୟା ।
ସବୁଙ୍କୁ ସମାନ ବେଭାର
ମନେ ଭାବନା ଉଚ୍ଚତର ।
ସରଳ ଗୃହସ୍ଥ ଜୀବନ
ସଦା ପବିତ୍ର ଥାଏ ମନ ।
ସତ୍ୟ ପଥକୁ ଅନୁସର
ଜୀବନଗଙ୍ଗା ହୁଅ ପାର ।