ଶିଶିର
ଶିଶିର
ଶିଶିର ସୁନ୍ଦରୀ ଅଳଙ୍କାରେ ଭରି
ଅପରୂପ ଲାସ୍ୟମୟୀ ,
ଅଙ୍ଗେ ଶିହରଣ ଖେଳିଯାଏ କ୍ଷଣ
ପ୍ରେମ ସମୀରଣ ବହି ।
ନୁହେଁ ସେ ଶିଶିର ମୁକ୍ତାର ସହର
ଯହିଁରେ ମଗନ କବି ,
ଇଛାହୁଏ ଉଡ଼ି ଯାଅନ୍ତା ସହରେ
ଆଙ୍କନ୍ତା ଅନନ୍ତ ଛବି ।
ପାଦପ ଯାହାର ଏନ୍ତୁଡ଼ିର ଶାଳ
ଫୁଲଟି କୋମଳ ଶଯ୍ୟା
ରଜତ ଦିଶଇ ମଳିନ ସ୍ଫଟିକ
ହୀରକ ବୋଧଇ ଲଜ୍ୟା।
ନିଳୀମା ସାଜଇ ସହସ୍ର ଯୌବନା
ଦେଖି ତାର କୋଟି ରେଣୁ
ଧରଣୀ ରାଣୀର ପାଟଶାଢ଼ୀ ପିନ୍ଧା
ଝଳସିତ ଯାର ତନୁ ।
କ୍ଷୀତିପତି କର ପରଶେ ଯାହାର
ଜନମ ପତର ପରେ
ହସି ହସାଏ ସେ ସହସ୍ର ପ୍ରାଣରେ
ଆକାଶ କୋଣୁ ଯେ ଝରେ ।
