ସାଧୁ ସଙ୍ଗ
ସାଧୁ ସଙ୍ଗ
ଆସ ହେ ଭାଇ ଆମେ
ସାଧୁ ସଙ୍ଗେ ମିଶିବା
ସାଧନା ରେ ସିଦ୍ଧ ସେ ତ
ପାଦ ତଳେ ପଡିବା ।
ଜୀବନ ରେ ସାଧୁ ସନ୍ଥ
କେବେ କେବେ ମିଳନ୍ତି
କେତେ ପୁଣ୍ୟ କଲେ ସାଧୁ
ଦର୍ଶନ ସେ ଦିଅନ୍ତି ।
ସାଧୁ ସଙ୍ଗେ କଥା ହେବା
ଜ୍ଞାନ ଆମେ ପାଇବା ।
ଅବାଟ ରୁ ସାଧୁ ସନ୍ଥ ଭଲ
ବାଟ ଦେଖାଇବେ
ସତ୍ୟ ପଥେ ଧର୍ମ ପଥେ
ମନ ନେଇ ଯିବେ ।
ସାଧୁ ସେବା କରି ଯିବା
ଗୁରୁ କୃପା ଲଭିବା ।