STORYMIRROR

Sunanda Mohanty

Action Inspirational Thriller

3  

Sunanda Mohanty

Action Inspirational Thriller

ସାଧବ ବୋହୁ 

ସାଧବ ବୋହୁ 

1 min
9


ମୁଠେ ନହେଲା ନାହିଁ 
ଟୋପେ ସିନ୍ଦୂର 
ଭାରି ଦାମୀ ଅଳଙ୍କାର 
ସୀତା ତ ସହଜେ ସୁନ୍ଦର 
ସିନ୍ଦୂର ଛଡା କି ଲୋଡ଼ା 
ଅଳଙ୍କାର ଭାର ଦେହରେ ତାଙ୍କର
ଜାଣିଥିଲେ ରାବଣ 
ଜାଣିଥିଲେ ବିଭୀଷଣ 
ଲଙ୍କା ପୋଡି ହେବ ଛାରଖାର 
ସିନ୍ଦୂରର ତେଜ ଅଛି ଆଜ 
ଶ୍ରୀମନ୍ତିନୀ ସାଧବ ବୋହୁର ହୁନ୍ଦର 
ଟୋପି ଟୋପି ବର୍ଷାରେ 
ନିଜେ ନିଜର ବେଭାର 
ଆଣି ଆସେ ଗୁଆ ନିମନ୍ତ୍ରଣ 
ପକାଇ ରାଣ କହେ ଶ୍ରାବଣ 
ତୁ ପା ମୋ ପରାଣ 
ତୋ ପାଇଁ ମଖମଲ୍ଲୀ 
ଚୁଲୁବୁଲି ଚାଲି ପକେଇ ନହୁଲି 
ଖତେଇ ହୋଇ କୋଇଲି 
ଦେଖେ ବରାବର 
ଯେଣୁ ସିନ୍ଦୁରେ ସୁନ୍ଦରୀ ମଥାର 
ସିନ୍ଥିରେ ଚନ୍ଦ୍ରବିନ୍ଦୁ ପରି ସିନ୍ଦୂର 
ଝିପି ଝିପି ବରଷାରେ 
ଭିଜି ଭିଜି ନାଇ ସିନ୍ଦୂର 
ସାଧବ ବୋହୁ ଆସିଛି ଶାଶୁଘର 
କଥାଦେଇଛି ଶ୍ରାବଣକୁ 
ଚିରିବ ଡିଭୋର୍ସ ପେପର 
ଭସେଇ କାଗଜ ଡ଼ଙ୍ଗା 
ଖେଳିବ ଚକାଚକା ଭଉଁରୀ ଏଥର
,,,,,,,,,,,,,,,,,,,


Rate this content
Log in

Similar oriya poem from Action