ସାବିତ୍ରୀ ସଂସ୍କାର
ସାବିତ୍ରୀ ସଂସ୍କାର
ପଥଭ୍ରଟ ମଣିଷକୁ ରାହା ଦେଲା ସମାଜ
ସମାଜ ସଂସ୍କାର ପାଇଁ ଶାନ୍ତି ଏଇ ରାଇଜ ।
ରାଇଜର ମୂଳ ଦ୍ଵାର ପତିପତ୍ନୀ ବନ୍ଧନ,
ଏ ବନ୍ଧନ ବିଶ୍ଵାସରେଵାସୁଥିଵା ଚନ୍ଦନ ।
ସେ ଚନ୍ଦନେ ଲେଖା ଅଛି ସତ୍ୟବାନ୍ ସାବିତ୍ରୀ,
ସାବିତ୍ରୀ ସଂସ୍କାରେ ଲେଖା ସ୍ଵାମୀ ଆତ୍ମା ସମ୍ପତ୍ତି ।
ସେ ସମ୍ପତ୍ତି ପାଇଁ ସତୀ ନାମ ଲେଖେ ସଂସାରେ,
ସଂସାରର ଓଷା ବ୍ରତପୂଣ୍ୟ ଫଳ ସେଥିରେ ।
ସେଥିରେ କଳଙ୍କ ବୋଳି କଳିକାଳ ଆସିଛି,
ଆସିଛି ସ୍ଵାମୀ ସଂପର୍କେ ସୁଖ ସାଥୀ ଖୋଜୁଛି ।
ଖୋଜୁଛି ସୁଖ ସମ୍ପତ୍ତି ସ୍ଵାମୀ ଦେଲେ ସଜାଡି,
ସଜାଡିଣ ଶାଢ଼ୀ ଚୁଡ଼ି ସୁଖ ଦେବ ଓଜାଡି ।
ଓଜାଡି ନିଜ ସଂସ୍କୃତି ମିଛେ ପୂଜେ ସାବିତ୍ରୀ,
ସାବିତ୍ରୀ ମହିମା କଥା ନ ଜାଣିଣ ଏ ସତୀ ।
ସତୀଙ୍କ ପାଇଁ ସମାଜେ ବଞ୍ଚିଥିଲା ସଂସ୍କୃତି ,
ସଂସ୍କୃତି ବିନାଶ ମାର୍ଗେ କରେ ଆତ୍ମା ଆପତି ।
ଆପତି ମୋ ନ ଶୁଣିଲେ ଯିବ ସବୁ ଉଭେଇ,
ଉଭେଇ ଦିଅ ସଜନ କୁସଂସ୍କାର ସଜେଇ ।
ସଜେଇ ଶଙ୍ଖା ହୃଦୟେ ସ୍ଵାମୀ ପୂଜ ଦମ୍ପତି,
ଦମ୍ପତି ପୂଜା କୁସୁମ ଏ ସୃଷ୍ଟିର ସମ୍ପତ୍ତି।
ସେ ସମ୍ପତ୍ତି ରକ୍ଷା କରି ଭାବେ ଗଢେ ସଂସ୍କୃତି,
ସଂସ୍କୃତି ଶିକ୍ଷା, ଦାମ୍ପତ୍ୟ ସତ୍ୟବାନ୍ ସାବିତ୍ରୀ ।
ସାବିତ୍ରୀ ସତୀ ପଣରେ ପତି ପ୍ରାଣ ଫେରାଇ,
ଫେରାଇ ସ୍ଵାମୀ ସମ୍ପତ୍ତି ଯଶ ଅଛି ଉଡ଼ାଇ ।
ଉଡ଼ାଇ ଵାନା ଦାମ୍ପତ୍ୟ ସୁଖେ ସୃଷ୍ଟି ଗଢିଵା ,
ଗଢିବା ନୂଆ ସଂସାର ସଂସ୍କାର ରେ ଭରିବା ।
