ସ୍ୱପ୍ନରେ ଲାଗିଛି ନିଆଁ
ସ୍ୱପ୍ନରେ ଲାଗିଛି ନିଆଁ
କିଏ ସେହି ନୃଶଂସ ନିଶାଦ ....
ବିଶ୍ବାସଘାତକ ଵ୍ୟାଧ ..
ଲଗେଇଛି ନିଆଁ
ହୁତ୍ ହୁତ୍ ଜଳୁଛି ସ୍ବପ୍ନର ସଵୁଜ ବନ
ଶୁଭୁଛି ଆର୍ତ୍ତ ଚିତ୍କାର ଘନଘନ
କିଏ ଅଛ ସହୃଦୟ ମହାମାନଵ
ବଞ୍ଚାଅ ... ରକ୍ଷାକର .... ଉଦ୍ଧାରକର
ଓଃ .... କି .. କରୁଣ ଦୃଶ୍ୟ ...!
କାଵୁଲ୍ ର ବିମାନ ବନ୍ଦରରେ
ପ୍ରାଣଟିକକ ଵଞ୍ଚେଇବାକୁ
କେତେ ବ୍ୟାକୁଳ ... କେତେ ଛଟ୍ ପଟ୍
ତାଲିବାନୀ ଆତଙ୍କୀଙ୍କ
ଅତର୍କିତ ଆକ୍ରମଣ ରେ
ଅସୁରକ୍ଷିତ ଆଫ୍ ଗାନ୍
ଘୋର ସଙ୍କଟରେ ଜନ ଜୀବନ
ପୋକ ମାଛିଠାରୁ ବି ହୀନ ମଣିଷ ...
ଦୁଇ ଦଶନ୍ଧି ର ଷଡ଼ଯନ୍ତ୍ର
ହେଇଛି ଫଳପ୍ରଦ
ଉତ୍ସବ ମନଉଛି ରାଷ୍ଟ୍ରପତି ଭବନରେ
ଲଭି ଏ ଚକ୍ରାନ୍ତ ମୂଳକ ସାମ୍ରାଜ୍ୟଵାଦ
ବର୍ବରତାର ସୀମା ଲଙ୍ଘିଛି
ଜଘନ୍ୟ ଜହ୍ଲାଦ
ସାରା ବିଶ୍ବ ସ୍ତବ୍ଧ ...
ସବୁଠୁ ଭୟଙ୍କର ଓ ଦୁର୍ଦ୍ଦିନ ଏବେ
ନାରୀମାନଙ୍କ ପରିସ୍ଥିତି
କଠୋର ଭାବେ ନିର୍ଯ୍ୟାତିତ
ନିଷ୍ପେସିତ ..
କଅଁଳ ତରୁଣୀ ମାନଙ୍କର
ବୁକୁଫଟା କ୍ରନ୍ଦନର ସ୍ବର
ବଳପୂର୍ବକ ବଳାତ୍କାର ଓ
ଵୀଭତ୍ସ ହତ୍ୟା ...
ଓଃ .. କେତେ ମର୍ମସ୍ପର୍ଶୀ ସତେ ....!
ରାଷ୍ଟ୍ରର ରକ୍ଷାକାରୀ ଏଵେ ପଳାତକ
ଜାତିସଂଘର ମହାସଚିବ ମହାମୂକ
ଜାତି ଜନତା ନେତା ସବୁଠି କାହିଁକି
ନୀରବତା ....... ମୌନତା ..... ?
ଏହି କ'ଣ ପରିସ୍ଥିତି କୁ
ନିୟନ୍ତ୍ରଣ କରିବାରେ
ସ୍ଵତଃ ପ୍ରବୃତ୍ତ ଅକ୍ଷମତା
ନା ..... ଅଭିସନ୍ଧି ମୂଳକ ଅପାରଗତା ...!
ଠିକ୍ ସେଦିନ ବି ଏମିତି ......
କୁରୁସଭା ତଳେ
ବହଳେ ବେଦନାକୁ
ବକ୍ଷ ମଧ୍ୟରେ ବାନ୍ଧି
ରୁନ୍ଧି ହେଇପଡୁଥିଲେ
ଦ୍ରୁପଦ ନନ୍ଦିନୀ ... ..
ହୃଦେ ଵିନ୍ଧୁଥିଲା ଲାସ୍ଫୋଟନୀ
କେତେ ଯେ ନେହୁରା ହେଉଥିଲେ
ଲଜ୍ଜା ଉପରେ ଚାଦରଟିଏ ଢାଙ୍କିବାକୁ
ଜାକିଜୁକି ଭିଡ଼ି ଧରୁଥିଲେ ନାରୀର
ସେହି ଶ୍ରେଷ୍ଠ ଅମାନତ ଟିକକୁ
ଜଣ ଜଣଙ୍କୁ ପ୍ରଶ୍ନ ବାଣରେ ଛନ୍ଦି ନିଜେ
ଆଜି ଇତିହାସରେ ଏକ ବିରାଟ ପ୍ରଶ୍ନବାଚୀ ..?
କେଉଁ ଶାସ୍ତ୍ରୀୟ ନିୟମରେ ଲିଖିତ
ଶହ ଶହ ପୁରୁଷଙ୍କ ସାମ୍ ନାରେ
ନାରୀର ମାନ ମହତ ଓ ମର୍ଯ୍ୟାଦା ହାନୀ
ଖୁବ୍ ଅସହାୟ ଓ ନିରୂପାୟ ସେଦିନ
ଆର୍ଯ୍ୟ ମାଟିର ମହା ମହା
ଯୋଦ୍ଧାଙ୍କ ସମ୍ମୁଖରେ
କୁରୁ ରାଷ୍ଟ୍ରର କୁଳଵଧୂ .....
ସମ୍ଭ୍ରାନ୍ତ ସାମ୍ରାଜ୍ଞୀ ଯାଜ୍ଞସେନୀ
ନିର୍ଵାକ୍ , ନିଷ୍ପନ୍ଦ ........ ଭରା ରାଜସଭା ...
ପଙ୍ଗୁ ପାଲଟିଥିଲେ ପଞ୍ଚୁପାଣ୍ଡବ ...
ଅଥର୍ବ ମାଦଳ ଠାରୁ ବି କମ୍ ନ ଥିଲେ
ପିତାମହ ଭୀଷ୍ମ ... ଗୁରୁ ଦ୍ରୋଣ ...
ସେବେଠାରୁ କୃଷ୍ଣା ହୃଦୟରେ
ଅପମାନ ଅନଳର ଲେଲିହାନ ବହ୍ନି
ପାଲଟିଯାଇଛି ପ୍ରତିଶୋଧର ଜ୍ଵଳନ୍ତ ଅଗ୍ନି
ଜଳୁଛି ..... ଜଳୁଥିବ ମଧ୍ୟ ....
ହେ ମାଧବ .
ଆଉଥରେ ଧରାପୃଷ୍ଠେ
ଅବତରି ଆସ
ଶହଶହ କୃଷ୍ଣା ଏଠି ଉଦ୍ ଭୂତ ଉଲଗ୍ନ
ପ୍ରତି ମୂହୁର୍ତ୍ତରେ ଜିଅଁନ୍ତା ଜଳୁଛି
ତାଙ୍କ ଜୀବନ .... ଓ ସ୍ଵପ୍ନ ...
କିଛି ନ ହେଲେ ବି .....
କୃଷ୍ଣା ପାଇଁ ତିଆରି କର
ଏକ ଶକ୍ତ ଶାସନର ସୋପାନ
ନୂଆ ଏକ ସମ୍ବିଧାନ.....
ଚିର ଅମଳିନ ରହୁ
ଅଭିମାନିନୀର .... ମାନ ସମ୍ମାନ ... !
