STORYMIRROR

Bijoy Jena

Action Inspirational

4  

Bijoy Jena

Action Inspirational

ସ୍ୱାଧୀନ ଦେଶର ସନ୍ତାନ

ସ୍ୱାଧୀନ ଦେଶର ସନ୍ତାନ

1 min
268


ସ୍ୱାଧୀନ ଦେଶର ସନ୍ତାନ ଆମରେ

      ଭାରତ ଆମର ମାଆ

ତା ପାଣି ପବନ ଆଲୋକ ଅନ୍ଧାର

      ବଢ଼ାଇଛି ଆମ ହିଆ।

କେତେ ଭାଷା ଏଠୀ ପ୍ରଚଳିତ ହୁଏ

       କେତେ ଜାତି କେତେ ଧର୍ମ

ସଭିଁଏ ସମାନ ଗୋଟିଏ ଶାସନ

        ଚାଲୁଅଛି କୋଣେ କୋଣ।

ଚିର ଜାଗ୍ରତ ମୋ ଦେଶ ର ଜନତା

        ଦେଶ ରକ୍ଷା ଆମ କର୍ମ

ଶତ୍ରୁ ସଇନ କୁ ଜବାବ ଦେଉଛୁ

        ସୀମାରେ ଆମ ଯବାନ।

ଆଧ୍ୟାତ୍ମିକ ଭାବ ପୁରୀ ରହିଅଛି

        ପୁଣ୍ୟ ଭୂମି ମୋ ଭାରତ

ତ୍ୟାଗର ମହିମା ପ୍ରତି ଛତ୍ରେ ଫୁଟେ

        ଇନ୍ଦ୍ର ପୁରୀର ମହତ୍ତ୍ଵ।

ସ୍ୱାଧୀନତା ଆମ ବଜାୟ ରହିବ

        ସର୍ବ ଭାରତୀୟ ପାଖେ

ତ୍ରିରଙ୍ଗା ପତାକା ଜାତୀୟ ସଙ୍ଗୀତ

         ସମ୍ବିଧାନ କଥା ରଖେ।

ଶାନ୍ତି ଅହିଂସାର ବିଜୟ ପଥରେ

         ନିତି ହେବୁ ଅଗ୍ରସର

ଆମରେ ସ୍ଵାଧୀନ ଆମେ ଭାରତୀୟ

         ଦେଶ ପ୍ରେମ ଆମ ଗୀର।।


Rate this content
Log in

Similar oriya poem from Action