Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.
Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.

ତାରାପ୍ରସାଦ ଜେନା

Romance

3  

ତାରାପ୍ରସାଦ ଜେନା

Romance

ରୂପାର ଫରୁଆରେ ସୁନାର ମୁଦି

ରୂପାର ଫରୁଆରେ ସୁନାର ମୁଦି

1 min
141



ରୂପାର ଫରୁଆରେ ସୁନାର ମୁଦି

ପିନ୍ଧାଇଦେବି ତତେ ଏଇ ମୋ ଜିଦି

...........ରୂପାର ଫରୁଆରେ ସୁନାର ମୁଦି ! ୦ !

 

ଭଲକି ଦେଖା ଦେଖି ସରିନି ପରା

ମୁହଁଟା ଦେଖେ ତୋର ଉଜ୍ଜ୍ୱଳ ହୀରା

ସପନ ଆଖି ମୋର ନଜରବନ୍ଦୀ 

...........ରୂପାର ଫରୁଆରେ ସୁନାର ମୁଦି ! ୧ !


ଗୋଲାପ ଖୋସିଦେବି ଗଭାରେ ତୋର

ହସର ଓଠ ତଳେ ଲାଜର ଘର

ବୁଝିଚି ବସିଯିବି ବାହାର ବେଦି

...........ରୂପାର ଫରୁଆରେ ସୁନାର ମୁଦି ! ୨ !


ନାଲିଆ ପାଟ ପିନ୍ଧି ସାଜିଚୁ ପରୀ

ମୋ ମନ ଆସରରେ କନକ ଗୋରୀ

ତୋ ଲାଗି ପ୍ରେମେ ମୋର ରହିବ ଖାଦି

...........ରୂପାର ଫରୁଆରେ ସୁନାର ମୁଦି ! ୩ !



 


Rate this content
Log in

More oriya poem from ତାରାପ୍ରସାଦ ଜେନା

Similar oriya poem from Romance