STORYMIRROR

Debadatta Jena

Abstract Romance Others

3  

Debadatta Jena

Abstract Romance Others

ଋତୁର ନାଁ ଗୋଲାପୀ

ଋତୁର ନାଁ ଗୋଲାପୀ

1 min
202


କ'ଣ..? 


ସତରେ ତୁମେ, 


ତୁମେ ମୋ ଗୋଲାପୀ..! 


ମୋ ହୃଦୟର ଉତ୍ଫୁଲ୍ଲିତ ଆବେଗ, 


ମାଦକୀୟ ଉତ୍କଣ୍ଠା ପୂର୍ଣ୍ଣ, ସ୍ୱତଃ ପ୍ରବୃତ୍ତ,


ଗଭୀର ଆତ୍ମ ପ୍ରତେୟର ଉତ୍ସସିତ ବିଶ୍ୱାସ, 


ସୌନ୍ଦର୍ଯ୍ୟ ଓ ସୌରଭର କେନ୍ଦ୍ରବିନ୍ଦୁ 


ସର୍ବ ସତ୍ତ୍ୱ, ସାରସ୍ୱତ ସ୍ୱାତନ୍ତ୍ର୍ୟ..!


ତୁମେ ଯିଏ ରଂଗ ବୋଳ.. 


ସ୍ନେହ ମମତା ଡୋରି, 


ସାତ ରଂଗ ଆଙ୍କି, 


ଇନ୍ଦ୍ରଧନୁ ଟାଣି.., 


ତୁମେ କି ସେ, 


ରଂଗ ଗୋଲାପୀ..!


ମୋ ପ୍ରୀତିର ଫଗୁଣ, 


ମୁଗ୍ଧ ବସନ୍ତର ପ୍ରତିମୂର୍ତ୍ତି, 


ହାସ୍ୟମୟୀ, ଲାସ୍ୟମୟୀ ମୃଣ୍ମୟୀ, 


ପ୍ରେମ ପୁଜାରିଣୀ, ଚିତ୍ରକଳା ନିପୁଣା ମନ୍ମୟୀ, 


ଜୀବନ୍ମୟୀ ପ୍ରତିମା, ମୋ ମନର ମାନସୀ, ନିର୍ଝରିଣୀ, 


ପରମା ସୁନ୍ଦରୀ,ଦିବ୍ୟା,ସୁନୟନା, ସ୍ରୋତସ୍ୱିନୀ, 


ନିର୍ଲିପ୍ତ ଲତା, ମୋ ସ୍ବପ୍ନର ମାନିନୀ..!


ସତ ପତ୍ରୀ, ସେବୋତୀ, 


ମୋ ଫୁଲର ରାଣୀ 


ଗୋଲାପୀ..!


ତେବେ.. 


ସତରେ କଣ..? 


ସୌଭାଗ୍ୟର ପ୍ରତୀକ, 


ତୁମ ରଙ୍ଗ ଅଫୁରନ୍ତ ହଳଦୀ, 


ତୁମେ ପ୍ରଗାଢ଼ ରଙ୍ଗରେ ସୁଶୋଭିତା, 


ସୌନ୍ଦର୍ଯ୍ୟ ଓ ଉତ୍କର୍ଷରେ ମୂର୍ତ୍ତିମନ୍ତ ପ୍ରତୀକ,


ଲାଲ ଗୋଲାପୀ,ତୁମ ଦେହେ ଅନେକ ଗୌରବ, 


ଅପୂର୍ବ ଶୋଭାର ମହକିତ ସଦ୍ୟ ସାରଣୀ, 


ତେଣୁ ତୁମ ଆକର୍ଷଣେ ଆକର୍ଷିତ, 


ମଧୁର ପ୍ରେମ ମନ୍ଦାକିନୀ, 


ଲାଲ ଟହ ଟହ, 


ସଞ୍ଜିବନୀ.!


ତେବେ ତ..


ତୁମେ ଶୁଭ୍ର ସଂଭ୍ରମ, 


ବିନମ୍ର ଭାବୁକ କମନୀୟ କଢି, 


ଅନେକ ସ୍ୱଚ୍ଛ ପବିତ୍ରତାରେ ଯେ ପରିପୂର୍ଣ୍ଣ 


ପୁଣି ଭରି ଦିଅ ଅନେକ ଶ୍ରଦ୍ଧା ଓ ସମ୍ମାନର ଅଜସ୍ର 


ସମ୍ବୋଧନୀ, ତୁମେ ଅନେକ ଅୟମାରମ୍ଭ, ଶୁଭାରମ୍ଭ 


ପ୍ରତୀକ, ମୋର ଅଦମ୍ୟ ସାଧୁତାର ନିରଳସ 


ପୁଜାରିଣୀ, ତୁମେ ସୌଭାଗ୍ୟ ଶାଳିନୀ, 


ଶାନ୍ତି ମୟୀ ସେ ଶୁଭ୍ର ଗୋଲାପି..!


କମଳା ରଂଗରେ ତୁମେ,


ଅଭିଳାଷ ଦିଅ ମାଖି, 


ଉତ୍ସାହରେ 


ଭରିଦିଅ କେତେ, 


ସଂକେତ ଯେ ସମ୍ବାହୀ, 


ନୀଳ ଲୋହିତ ରଙ୍ଗେ ତୁମେ 


ମନ ନିଅ ଜିଣି, ବିମୋହିତ ବାସ୍ନାରେ 


ଅନ୍ତରାତ୍ମା ବ୍ୟଗ୍ର ପୁଣି, ବାଇଗଣୀ ସମ୍ମୋହନେ 


ଜୀବନ୍ତ ପ୍ରେମରେ ସାଜ ସଜୀଵ ସନ୍ତକ, ଗାଢ଼,ନିସ୍ଵାର୍ଥ 


ଶାଶ୍ୱତ, ପରିପ୍ରକାଶର ବିଶେଷତ୍ୱ ତୁମେ ଯେ, 


ଅପୂର୍ବ ସମ୍ଭାରର ସମର୍ଥ ଅଭିବ୍ୟକ୍ତି, 


ନିର୍ମଳ, ମହାର୍ଘ ପ୍ରତିଶୃତି, 


ସ୍ବପ୍ନର ମାନସୀ, 


ଗୋଲାପି, 


କଳୀ..!


       


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract