STORYMIRROR

Panchanan Jena

Tragedy

4  

Panchanan Jena

Tragedy

ଋତୁଭ୍ରମ

ଋତୁଭ୍ରମ

1 min
0


ନିର୍ଦ୍ଦୟୀ ଫଗୁଣ ଫେରାର ଏଠି

ପତ୍ରଝଡାର ପଦଧ୍ଵନୀ

ଲମ୍ପଟ ବସନ୍ତ ଚମ୍ପଟ ଏଠି

ତତଲା ଝାଞ୍ଜିର ଅସନି


ଆମ୍ବବଉଳ ଝଡି ଗଲାଣି କେ କାଳୁ

ଛାଡି ସବୁ ମାୟା ବନ୍ଧନ

କୁହୁଡିର ଘନଘନ ଆକ୍ରମଣେ

ଜଳିଗଲା ଝରିଗଲା ଅକାଳେ ଜୀବନ


କି କାଳ ଆସିଲା କେଜାଣି

ସମୟର ଦୃଷ୍ଟି ବକ୍ର

ଋତୁରାଜ ମଧୁମାସ ବଦଳରେ 

ଗ୍ରୀଷ୍ମର ରାଜୁତି ଚକ୍ର 


ମାର୍ଚ୍ଚ ଆରମ୍ଭୁ ବହିଲାଣି ଝାଳ

ବିଜୁଳି ବିହୁନେ ଦଣ୍ଡେ ଶୋଇବା ଅସମ୍ଭାଳ

ବାର୍ଷିକ ପରୀକ୍ଷାର ଘନଘଟା

ନୂଆ ଜାତୀୟ ଶୀକ୍ଷାନୀତି ଆଧାରେ

ପ୍ରଶ୍ନପତ୍ର ଟଣା ବଣା ଡେଣା କଟା


ଅନାସ୍ଵାଦ୍ଭାବିକ ଅକସ୍ମାତ

 କାଳବୈଶାଖିର ବର୍ଷା ଛାଟ

ଶୁଖିଲା ପତ୍ର ସହିତ ଧୂଳି

କରନ୍ତି ବେଶି ବିତ୍ପାତ ବିଭ୍ରାଟ


ସଂଜରେ ସୁଲୁ ସୁଲିଆ

 ସମୀରଣ ବଦଳରେ 

ମିଳେ ଅସରାଏ ବର୍ଷା

ତାତି ସିନା କମିଯାଏ ଅଳପ

ସକାଳ ବେଳକୁ ପୁଣି ସେହି

ଅସହ୍ୟ ଗୁଳ୍ମ ଗୁଳି ଉତ୍ପାତ 


ବୋଧହୁଏ ଜଳବାୟୁ ପରିବର୍ତ୍ତନର 

ଏ ଶାନି ସଙ୍କେତ

ଫ୍ୟାନ୍‌ କୁଲର୍ ଫେଲ ହେଲେଣି

ଏସି ଚଲେଇଲେ ଟିକେ ଆଶ୍ଵସ୍ଥ


ଅଂଶୁଘାତର ଡର ବାହାରକୁ ଗଲେ

ବିଜୁଳି ବିଲ୍‌ ବଢିବ ଘରେ ରହିଲେ

ସମସ୍ୟାର ଲମ୍ବା ଚାବୁକ ଛାଟ

ପଛରେ ବାଜୁଛି ଫଟାକ୍ ଫାଟ


ସମାଧାନ କାହିଁ ମୁଣ୍ଡକୁ ପଶୁନି

ଆଶୁ ସୁବିଧା କାହିଁ ନଜର ପଡୁନି

ସତରେ ମାଡୁଛି ମହା ବିପତ୍ତି

ବିନାଶ କାଳେ ଋତୁଭ୍ରମ କିର୍ତ୍ତି


ଫଗୁଣ ଚୈତ୍ର ବସନ୍ତରେ ମିଛ ଲାଗୁଛି

ସବୁ ଋତୁରେ ତତଲା ଝାଞ୍ଜି ରାଜୁତି କରୁଛି


କଦଳି ଗଛର କଶି ପତ୍ର ଜଳିଲାଣି

କୃଷ୍ଣଚୂଡାର କଅଁଳ ଡେମ୍ଫ ଗଳି ପଡିଲାଣି

ଛାଡ ଉପରେ ପାଣିଟାଙ୍କିରେ ନିଆଁହୁଳା

ଛତା ବିନା ରାସ୍ତାରେ ଚାଲିବା ମହାକିଳା ।


Rate this content
Log in

Similar oriya poem from Tragedy