STORYMIRROR

Sarojini Mishra

Classics

4  

Sarojini Mishra

Classics

ରଥକାଠ ଅନୁକୂଳ

ରଥକାଠ ଅନୁକୂଳ

2 mins
16

 ସଂସ୍କୃତି ମହକେ ଭରା ମୋ ଉତ୍କଳ ଜଗନ୍ନାଥ ତାର ଭିତ୍ତିପ୍ରସ୍ତର ଆଧାତ୍ମିକତାର ପୁଣ୍ୟମୟ କ୍ଷେତ୍ର ପରମ୍ପରା ଭରା ଦିବ୍ୟ ସାଗର ।

 ମନ୍ଦିର ମଧ୍ୟରେ ଭାବର ଠାକୁର କରୁଥାଏ ଦିବ୍ୟ ତା ଲୀଳା ଖେଳା ଅଲୌକିକତାର ଅନୁଭୂତି ଅଟେ
ଆମ ସଂସ୍କୃତିର ଦିବ୍ୟ ମେଖଳା |

ଅନୁଭୂତି ସିଦ୍ଧ ଜଗନ୍ନାଥ କ୍ଷେତ୍ର ବାରମାସେ ପରା ତେର ପରବ
ଘୋଷ ଯାତରାର ଅଗ୍ରୀମ ପ୍ରସ୍ତୁତି
କାଠ ଅନୁକୂଳ ଦିବ୍ୟ ବୈଭବ ।

ଭକତ ପାଇଁ କି ଘୋଷଯାତ୍ରା ତାର
ବିଶ୍ଵ ରେ ବିଖ୍ୟାତ ଏହି ପରବ ଶ୍ରୀକ୍ଷେତ୍ରର ଯାତ୍ରା ବିତରଇ ବାର୍ତ୍ତା
ସେ ଅଟେ ଆମର ଗର୍ବ ଗୌରବ ।

ପାର୍ବଣ ପ୍ରସ୍ତୁତି ଆଦ୍ୟ ସୋପାନ ଟି ରଥକାଠ ଅନୁକୂଳ ବକଳ
ତିଥି ରୀତିନୀତି ଅନୁପମ ସ୍ତୁତି ଜଗନ୍ନାଥ ଧାମ ଭାବ ବିହ୍ୱଳ |

ଉତ୍କଳୀୟ ଚ଼ିତ୍ତ ଭାବ ଅନୁଗତ
ବହେ ଭକ୍ତି ଭାବର ମନ୍ଦାକିନୀ
ଭାବର ମହକେ ମହକିତ ସଦା ଶ୍ରୀକ୍ଷେତ୍ର ଧାମର ଦିବା ଯାମିନୀ ।

ପରବ  ସ୍ୱତନ୍ତ୍ର ଛନ୍ଦେ ଛନ୍ଦାୟିତ ସ୍ୱତନ୍ତ୍ରତା ସଦା ବଖାଣୁ ଥାଇ
ମାଘ ମାସ ଶୁକ୍ଳ ପଞ୍ଚମୀ ତିଥିରେ
ରଥ କାଠ ଶିରୀକ୍ଷେତ୍ର ଆସଇ ।

ବନଜାଗ ରୀତି ମଙ୍ଗଳ ମୟତା
ଦାରୁ ଅନୁକୂଳ ଭବ୍ୟ ବିଭୂତି ରାମନବମୀର ଆଗମନୀ ସଙ୍ଗେ
କାଠ ଚିରଟର ଅପୂର୍ବ ରୀତି ।

ମହାସେବକଙ୍କ ଅନିତ୍ୟ କଳାରେ
ସ୍ଵର୍ଣ୍ଣ କୁଠାରର ମାଦକ ଛୁଆଁ
ବିଶେଷ ରୀତିର ବିଶେଶ୍ଵତେ ଭରା ରଥଯାତରା ତା ସ୍ୱତନ୍ତ୍ର ନାଁ ।

ବଡ଼ ଦାଣ୍ଡେ ଶୋଭେ ଭବ୍ୟ ରଥଖଳା ବରଷୁ ବସିଛି ପ୍ରତୀକ୍ଷା କରି
ରଥକାଠ ଶୋଭେ ତା ବୁକୁରେ ଯେବେ ମାରଇ ନିଃଶ୍ୱାସ ତୃପ୍ତିରେ ଭରି ।

ପ୍ରତୀକ୍ଷିତ କର୍ଣ୍ଣେ ଶଙ୍ଖଧ୍ବନୀ ଶୁଣି ନିର୍ମିମେଷ ନେତ୍ରେ ଚାହିଁ ଦେଖଇ ଆଜ୍ଞାମାଳ ଦିଏ ସନ୍ତୋଷ ବାରତା ପୁଲକେ ସତେ କି ନାଚି ଉଠଇ ।

ତୃପ୍ତିର ଝଲକ ଭାବର ମହକ
ରଥଖଳା ଲଭେ ପରିପୂର୍ଣ୍ଣିତା
ଅକ୍ଷୟ ତୃତୀୟା ରଥ ଅନୁକୂଳ
ଦାରୁ ବ୍ରହ୍ମ ଙ୍କର ଯେ ଘୋଷଯାତ୍ରା |

ବିଭିନ୍ନ କାଠରେ ମଣ୍ଡି ହୋଇ ଖଳା ଅପୂର୍ବ ରୂପ ବୈଭବ ବିସ୍ତାରେ
କାଠ ହୋଇ ଉଠେ ବିଭାମୟ ପୁଣି ଅନୁକୂଳ ଶଙ୍ଖ ଶବ୍ଦରେ ଭରେ ।

ରାଜଗୁରୁଙ୍କର ସ୍ତୋତ୍ର ଆବାହନ
ଭକ୍ତି ଭାବନାର ମଳୟ ଦିଏ
ପଞ୍ଚ ଉପଚ଼ାରେ କାଷ୍ଠର ପୂଜନ
ସ୍ୱତନ୍ତ୍ର ବାରତା ପରଶୁ ଥାଏ |

ବିଭିନ୍ନ କାଠର ସୁସମାଗମରେ
ଚ଼ର୍ଚ୍ଚିକା ମାତାଙ୍କ ଯେ ଆବାହନ
ନିର୍ବିଘ୍ନ ରେ କାର୍ଯ୍ୟ ସମାପନ ପାଇଁ ମାତାରାଣୀଙ୍କର ହୁଏ ପୂଜନ ।

ପୁରୋହିତଙ୍କର ଅନନ୍ୟ ମନ୍ତର ଶିରରେ ଶୋଭେ ପଗଡି ଶିରପା ବଢ଼େଇ କମାର ସେବକଙ୍କ ଭିଡ ପ୍ରଭୁଙ୍କର ସେବା ଅସୀମ କୃପା ।

ରଥକାଠ ଅନୁକୂଳ ପୂଜାବିଧି
ଅପୂର୍ବ ତାହାର ଅମୀୟ ନୀତି ଦଶପଲ୍ଲା ବଣ ଦାତା ପଣେ ଗଣା ଯୋଗାଇ ଦିଅଇ କାଠ ପ୍ରତିତି |

ତିଥି ଉତ୍କର୍ଷତା ରୀତି ମହାନତା
ଉଜାଣି ବହଇ ଭକ୍ତିର ସ୍ରୋତ
ତିଥିରେ ବିଧିରେ ସ୍ୱତନ୍ତ୍ର ସିଦ୍ଧିରେ ରଥକାଠ ପୁଣି ହୁଏ ଆଗତ ।

ସେବାୟତ ସଙ୍ଗେ ରଥକାଠ ରଙ୍ଗେ ପଞ୍ଚଜନ୍ୟ ତୋଳେ ସ୍ଵର ଝଙ୍କାର
ଭକ୍ତି ଭାବ ସ୍ରୋତେ ପଥ ମନ୍ତ୍ରମୁଗ୍ଧ ଦୁଃଖ ଲିଭିଯାଏ ଏ ଜୀବନର ।

ସାଂଖିକ ବିଚାର ନାନା ଉପଚ଼ାରେ
ରଥ କାଠ ବିଧି ସିଦ୍ଧି ହୁଅଇ
ସ୍ୱତନ୍ତ୍ର ସେବକ ସ୍ୱତନ୍ତ୍ର ଯେ କର୍ମ ନିରବିଧି କାର୍ଯ୍ୟ ଚ଼ାଲୁ ଯେ ଥାଇ ।

କାଠ ଅନୁକୂଳ ରଥ ଅନୁକୂଳ
ସ୍ଵତନ୍ତ୍ରତା ସ୍ରୋତେ ସେ ଯେ ପ୍ଳାବିତ ଧନ୍ୟ କାରିଗର ସେବକ ପ୍ରବର
ଦିବ୍ୟ ଘୋଷଯାତ୍ରା ଦିବ୍ୟ ତା ମନ୍ତ୍ର।
 


Rate this content
Log in

Similar oriya poem from Classics