STORYMIRROR

Satyanarayan Sahoo

Action Classics

4  

Satyanarayan Sahoo

Action Classics

ରଥ ପଥ ସୁସର୍ଜିତ

ରଥ ପଥ ସୁସର୍ଜିତ

1 min
264


ରଥ ପଥ ସୁସର୍ଜିତ ଆସ ପ୍ରଭୁ ଜଗନ୍ନାଥ 

ରଥ ରେ ବିଜୟ କର । ତେଜି ମନ୍ଦିର

ଆସ ହେ ପ୍ରଭୁ ତତ୍କାଳ , ବନ୍ଧିଲେଣି ଚାର ମାଳ

ଉଠେ ଭକ୍ତ କୋଳାହଳ । ମାଉସୀ ଘର

ଯିବ ପରା ବେଳା ଉଛୁର 

ଦେଖି ବାକୁ ଭକ୍ତ ମାନେ ହୋନ୍ତି ଅଧୀର ।


ଭକତେ ହେଲେଣି ମେଳ ଆସିଲାଣି ଶୁଭ ବେଳ

ସରିଲା ଛେରା ପହଁରା । ସେବକ ମେଳ

ସଭିଏଁ ଚଳ ଚଞ୍ଚଳ ଶୁଭେ ଚହଳ

ମନ ରେ ଭରେ ଆନନ୍ଦ ବଜାଅନ୍ତି ନାନା ବାଦ୍ୟ

ଶଙ୍ଖ , ଘଣ୍ଟା , ତୂରୀ ଭେରି । ଖୋଳ କର୍ତ୍ତାଳ 

 ହୁଳହୁଳି ଓ ହରିବୋଲ 

ପଣ୍ଡିତ ଙ୍କ ମନ୍ତ୍ର ପାଠ ର କୋଳାହଳ ।


ଉଛୁଳାଇ ବଡ ଦାଣ୍ଡେ ଟାଣି ନେବେ ରଥ ଚlଣ୍ଡେ

ଯିବ ଗୁଣ୍ଡିଚା ମନ୍ଦିର । ସଜାନ୍ତି ପଣ୍ଡେ

ଅପେକ୍ଷା ରତ ଏ କ୍ଷଣି ନନ୍ଦିଘୋଷ ନେବେ ଟାଣି

ଭକ୍ତେ କରିବେ ଦର୍ଶନ । ନୃତ୍ୟ ଗୀତ ରେ

ମାତି ରହି ଜନେ ସକଳ 

ରଥେ ବସି ବେଗେ ବଡ ଦାଣ୍ଡ ରେ ଚଳ ।


ସର୍ବ ଧର୍ମ ସମନ୍ଵୟ ଆହେ ପ୍ରଭୁ ଦୟାମୟ

ଭକତେ ଦର୍ଶନ ଦିଅ । ବର୍ଷ ରେ ଥରେ 

ଦେଖି ଏ ଗୁଣ୍ଡିଚା ଯାତ ତୁମ୍ଭ ଅଶେଷ ଭକତ

ମନ ନେତ୍ର ପବିତ୍ରିତ  ।  ସବୁରୀ କରେ 

ବିନାଶ ଅଶେଷ ଦୁଷ୍କୃତ 

ପୁଣ୍ୟ ଫଳ ଦାୟୀ  ତୁମ୍ଭ  ଏ ଘୋଷ ଯାତ ।



Rate this content
Log in

Similar oriya poem from Action